ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରଶାନ୍ତ ଦାସଙ୍କୁ ମଳିଲା ରୌପ୍ୟ ପଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା । ବଲାଙ୍ଗିରର ପ୍ରଶାନ୍ତ ଦାସଙ୍କୁ ମଳିଲା ରୌପ୍ୟ ପଦକ । ପଞ୍ଜାବରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତା ମିଷ୍ଟର ଇଣ୍ଡିଆରେ ପ୍ରଶାନ୍ତ ଦାସ(ମୁନା) ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ଶହ ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.