jittmm
sonalika

ବାଗୁଆରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ବାଙ୍କୀ : ଡମପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଆ ଗ୍ରାମରେ ସୋମବାର ଅପରାହ୍ନରେ ବନ୍ୟା ବିପନ୍ନ ପରିବାରଙ୍କୁ ସ୍ୱତନ୍ତ୍ର ରିଲିଫ ପ୍ୟାକେଟ ବଣ୍ଟନ କରାଯାଇଛି । ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ସହଯୋଗ ଏବଂ ଡମପଡ଼ା ପଞ୍ଚାୟତ ପରିଚାଳନାରେ ବାଗୁଆର ୧୭୦ ପରିବାରଙ୍କୁ ରିଲିଫ ପ୍ୟାକେଟରେ ଚାଉଳ, ଚୂଡା, ଗୁଡ, ବିସ୍କୁଟ ଓ ଆଳୁ ଇତ୍ୟାଦି ବଣ୍ଟନ କରାଯାଇଛି । ସରପଞ୍ଚ ପ୍ରତିନିଧି ଭବାନୀଶଙ୍କର ପରିଜା, ଡମପଡ଼ା ଛାତ୍ର ଜନତା ଦଳ ସଭାପତି ଗୌରବ ବଳିୟାର ସିଂହ, ବିଶିଷ୍ଟ ସମାଜସେବୀ ଓକିଲ ମାନସ ରଂଜନ ଧଳ, ସମୀର ରଂଜନ ରଣା, ସମୀର କୁମାର ଧଳ, ନୂତନ ଧଳ, ଲଚ୍ଛବନ ପରିଡ଼ା, ସରୋଜ କୁମାର ଧଳ ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ବିଧାୟକଙ୍କ ସହଯୋଗରେ ଗ୍ରାମବାସୀ ରିଲିଫ ପାଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.