centurian jitm

ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : କୁଡାସିଂହା ଦ୍ୱାରା ୟୁଥ ରେଡକ୍ରସ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପନି ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ରେଡକ୍ରସର ଇତିହାସ, ରକ୍ତଦାନ ମହତଦାନ ଏବଂ ସଂଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ସତ୍ୟନାରାୟଣ ଭୋଇ ଜିଲ୍ଲା ପରିଷଦ ସଦସ୍ୟ ଏବଂ ମୁଖ୍ୟବକ୍ତା ଭାବେ ଡ. ଦଇତାରୀ ପୂଜାରୀ ଯୋଗ ଦେଇଥିଲେ । ଦ୍ୱିତୀୟ ଦିନରେ ସ୍ଥାନୀୟ କୁଡାସିଂହା ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ସୌମ୍ୟପ୍ରତିନ ଦୋରା ଏବଂ ଫାର୍ମାସିଷ୍ଟ ମୋତିଲାଲ ସାହୁ ଯୋଗ ଦେଇ ଫାଷ୍ଟଏଡ୍‌ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ସୁଧାଂଶୁ ଶେଖର ନାଗ ଯୋଗଦେଇ ଏଚ୍‌ଆଇଭି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷଣ ଶିବିରର ତୃତୀୟ ଦିବସରେ ଅତିରିକ୍ତ ପରିବହନ ଅଧିକାରୀ ବଲାଙ୍ଗିର ଲୋକନାଥ ମେହେର ସଡକ ସୁରକ୍ଷା ଏବଂ ନିଆଁ ନିର୍ବାପକ ଅଧିକାରୀ, ଦେଓଗାଁ ଆଲୋଇସ ଲାକ୍ରା ଏବଂ ତାଙ୍କ ସାଥୀ ବିପର୍ଯ୍ୟୟ ଓ ପ୍ରଶମନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍‌ଯାପନୀ ବୈଠକରେ ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଡାସିଂହାର ଅଧ୍ୟକ୍ଷ ଶୁଶିଳ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ ଏବଂ ମୁଖ୍ୟବକ୍ତା ଭାବେ ବ୍ଲକ ପଂଚାୟତ ଅଧିକାରୀ ଦାମୋଦର ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଇଆରସି କାଉନସିଲର ଶାନନ୍ତୁ ପାତ୍ର, ଜୋମନ୍ତ କୁମାର ସାହୁ, ରେବତ କୁମାର ଜାଲ ଉପସ୍ଥିତ ଥିଲେ । ମଂଚ ପରିଚାଳନା କରିଥିଲେ ଇଂରାଜୀ ଅଧ୍ୟାପକ ଅକ୍ଷୟ କୁମାର ଚୌଧୁରୀ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନରେଶ ଚନ୍ଦ୍ର ମିଶ୍ର, ବିଜୟ କୁମାର ମିଶ୍ର, ପ୍ରତିମା ହେର୍ଣ୍ଣା, ଚିନ୍ମୟୀ ମିଶ୍ର, ନିତ୍ୟାନନ୍ଦ ସିର୍ଦ୍ଦାର, ରମେଶ କୁମାର ସାହୁ ଏବଂ କରୁଣାକର ମେହେର, ବଳଭଦ୍ର ବଣ୍ଡା, ସୁବିନ୍ଦ୍ର ସାହୁ, ଗଙ୍ଗାଧର ସାହୁ ଏବଂ ଅଶୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଚେତନ ଧର୍ମୀ ନାଟକ ‘ମଦଡବା’ ବିଜୟ କୁମାର ମିଶ୍ରଙ୍କ ରଚନା ଏବଂ ଅକ୍ଷୟ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଥିଲା । ଏହି ଶିବିରରେ ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡାସିଂହା ସମେତ ଧ୍ରୁବାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁତୁର୍ଲା ଏବଂ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ସାହାଜ ବାହାଲର ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.