ଜୁନିଅର ରେଡକ୍ରସର ଓରିଏନ୍‌ଟେସନ୍‌ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନିୟର ରେଡକ୍ରସ ସୋସାଇଟି, ବଲାଙ୍ଗିର ତରଫରୁ ବଲାଙ୍ଗିର ସବ୍‌ଡିଭିଜନସ୍ତରୀୟ ଜୁନିୟର ରେଡକ୍ରସ କାଉନସେଲରମାନଙ୍କୁ ନେଇ ଏକଦିବସୀୟ ଓରିଏନ୍‌ଟେସନ୍‌ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ଯୋଗଦେଇ ସମସ୍ତ କାଉନସେଲରମାନଙ୍କୁ ରେଡକ୍ରସର ମୂଳମନ୍ତ୍ରରେ ଦିକ୍ଷୀତ ହେବା ତଥା ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱ ବନ୍ଧୁତାର ବାର୍ତ୍ତା ପ୍ରସାରିତ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଜିଲ୍ଲା ଜୁନିଅର ରେଡକ୍ରସ ସଙ୍ଗଠକ ସୁବାଷ ଚନ୍ଦ୍ର ପଟେଲ ପ୍ରମୁଖ ଯୋଗଦେଇ ପ୍ରାଥମିକ ଚିକିତ୍ସା ଓ ବିପର୍ଯ୍ୟୟ ସମ୍ବନ୍ଧରେ ନିଜ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରେରଣା ଦେଇଥିଲେ । ରାଜ୍ୟ ସାଧନ କର୍ମୀ ବିକାଶ ସାହୁ ନିଜ ବକ୍ତବ୍ୟରେ ରେଡକ୍ରସର ସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ ବୋଲି କାଉନସେଲରମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ଅଧିେବେଶନରେ ବିଦ୍ୟାଳୟରେ ଜେଆରସି ୟୁନିଟ ଖୋଲିବା ଓ ରେଡକ୍ରସର ଇତିହାସ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ରାଜ୍ୟ ସାଧନ କର୍ମୀ ବିକାଶ ରଂଜନ ସାହୁ । ଦ୍ୱିତୀୟ ଅଧିବେଶନରେ ଫାଷ୍ଟ ଏଡ୍‌ ଟ୍ରେନର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ ।

Leave A Reply

Your email address will not be published.