jayashree

ମୋହନଗିରି ଓଁ ଶ୍ରୀ ପୂଜା କମିଟିର ସଦସ୍ୟଙ୍କ ସହାୟତା ରେଭଙ୍ଗା ବିଦ୍ୟୁତ ଖୁଣ୍ଟ ସଜଡା ହେଲା

କଳାହାଣ୍ଡି. (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ଆଦିବାସୀ ବହୁଳ ମାଓ ପ୍ରବଣ ଅଞ୍ଚଳ ମ.ରାମପୁର ବ୍ଲକ୍‌ର ଗତ ଦୁଇଦିନ ଧରି ଘୋର ବର୍ଷା ଯୋଗୁଁ ବାଞ୍ଜାମୁଣ୍ଡା ଗ୍ରାମ ନିକଟ ଏକଚାଷ ଜମିରେ ବିଦ୍ୟୁତ୍ ଖୁଣ୍ଟ ପଡିଯିବାରୁ ମାଣିକେରା ଠାରୁ ମୋହନଗିରି ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଯାଇଥିଲା । ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଅବହେଳା ହେତୁ ଦୀର୍ଘ ଦୁଇ ହେଲେ ସଜାଡ଼ି ନ ପାରିବାରୁ ଓଁ ଶ୍ରୀ ପୂଜା କମିଟି ( ଆଞ୍ଚଳିକ ବିକାଶ ଧାରା ଟ୍ରଷ୍ଟ) ମୋହନଗିରିର ସଭାପତି ଧମେନ୍ଦ୍ର ପଧାନ ସମ୍ପାଦକ ଶଙ୍କର ଦଣ୍ଡିଆ ଓ ସମସ୍ତ ସଦସ୍ୟ ବଞ୍ଜାମୁଣ୍ଡା ଆସି ବିଦ୍ୟୁତ୍ ବିଭାଗ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟ କରିବା ପରେ ଆଜି ବିଦ୍ୟୁତ୍ ସ୍ୱାଭାବିକ ଭାବେ ଅଞ୍ଚଳରେ ଚଳାଚଳ ହୋଇ ପାରିଛି । ଓଁ ଶ୍ରୀ ପୂଜା କମିଟି ( ଆଞ୍ଚଳିକ ବିକାଶ ଧାରା ଟ୍ରଷ୍ଟ)ର ସମସ୍ତେ ସଦସ୍ୟଙ୍କ ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.