ରିଆଡମିସନ ଫିଜ୍‌ ପ୍ରତ୍ୟାହାର ଦାବୀରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ରିଆଡମିସନ ଫିଜ୍‌ର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି । ପ୍ରକାଶ ଥାଉକି କଳା ଓ ବାଣିଜ୍ୟରେ ୧୬୩୪ ଟଙ୍କା ଓ ବିଜ୍ଞାନ ବିଭାଗରେ ୧୯୦୦ରୁ ଅଧିକ ରିଆଡମିସନ ଫିଜ୍‌ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଫିଜ୍‌ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି । କରୋନା ସମୟରେ ଲକ୍‌ ଡାଉନ ଆର୍ଥିକ ସଂକଟ ଓ ମରୁଡି ପରିସ୍ଥିତିରେ ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ବିକାଶ ନାଁରେ ଫିଜ୍‌ ବୃଦ୍ଧି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅନ୍ୟାୟ ବୋଲି ଛାତ୍ରଛାତ୍ରୀମାନେ ଏହି ପ୍ରତିବାଦ ଧାରଣାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.