ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ମାଲପଡା ସ୍ଥିତ ରାମସ୍ୱାମୀ ମନ୍ଦିରର ନବନିର୍ମାଣ କରାଯାଇ ରତ୍ନମୁଦ ସ୍ଥାପନ ଉତ୍ସବ ରବିବାର ମହା ଆଡମ୍ବରରେ ଶୁଭାରମ୍ଭ ହୋଇଯାଇଛି । ଦୁଇଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଅଧିବାସ ଓ କଳସଯାତ୍ରା କରାଯାଇଥିଲା । ରାମସ୍ୱାମୀ ମନ୍ଦିରଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ମେଟାକାନୀ ମନ୍ଦିର, ଖଦାଲପଡା, ସମଲେଇ ମନ୍ଦିର ଛକ, ଡେଲିମାର୍କେଟ ଦେଇ ପରିକ୍ରମା କରିବା ପରେ ରାଣୀବନ୍ଧରେ ପହଞ୍ଚିଥିଲା । ସେଠାରୁ ପାଣି କଳସ ଉଠାଇ ପିପି ଏକାଡେମୀ ଛକ ଦେଇ ରାମସ୍ୱାମୀ ମନ୍ଦିରରେ ଶୋଭାଯାତ୍ରା ପହଞ୍ଚିଥିଲା । ଘଣ୍ଟ, ଶଙ୍ଖ, ଘୁମୁରା ବାଦ୍ୟ, ମହିଳା ସଂକୀର୍ତ୍ତନ ଭଳି ସାଂସ୍କୃତିକ ଦଳ ଏଥିରେ ସାମିଲ ହୋଇଥିଲେ । ସୋମବାର ମନ୍ଦିରରେ ଯଜ୍ଞ କରାଯାଇ ରତ୍ନମୁଦ ସ୍ଥାପନ କରାଯିବ । କର୍ତ୍ତା ଭାବରେ ପ୍ରଦୋଶ କୁମାର ମିଶି ଓ ସସ୍ମିିତା ରଥ, ପ୍ରଦୀପ କୁମାର ଥନାପତି ଓ ସ୍ୱେତମଞ୍ଜରୀ ଥନାପତି, ହରିବନ୍ଧୁ ବଗର୍ତ୍ତୀ ଓ ବାସନ୍ତୀ ବଗର୍ତ୍ତୀ ଦାୟିତ୍ୱ ନିର୍ବାହ କରିବେ ବୋଲି ସୂଚନା ରହିଛି । ରତ୍ନମୁଦ ସ୍ଥାପନ ଅବସରରେ ପାରାୟଣ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ଦୁଇଦିନ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିବା ରାମସ୍ୱାମୀ ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ରହିଛି ।