ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା’ ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ବଙ୍ଗୋମୁଣ୍ଡା ଓ କୁରସୁଡ଼ ଦଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚ୍ରେ ବଙ୍ଗୋମୁଣ୍ଡା ଦଳକୁ ପରାସ୍ତ କରି କୁରସୁଡ଼ ଦଳ ଚାମ୍ପିଆନ ହୋଇଥିଲା । ଉଦ୍ଯାପନୀ ପୁରସ୍କାର ବିତରଣ ଉତ୍ସବରେ ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଶେଷ ଅତିଥି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, ମା’ ସାହାଜି ଯୁବକ ସଂଘର ସଂଯୋଜକ ପୃଥ୍ୱୀରାଜ ବାଗ, ବଳଧା ସରପଞ୍ଚଙ୍କ ପ୍ରତିନିଧି ସଦାନନ୍ଦ ତାଣ୍ଡି, ଗନ୍ଧରାବନ୍ଧ ସମିତି ସଭ୍ୟଙ୍କ ପ୍ରତିନିଧି ଖଗେଶ୍ୱର ବାଗ, ଲମ୍ବୋଦର ବେହେରା, ଘାସିରାମ ସାହୁ, ପିତାମ୍ବର ସୁନା, ମଧୁସୂଦନ ସାହୁ, ଭୋମନି ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲିମାନଙ୍କୁ ଉତ୍ସାହିତ କରିଥିଲେ । ଆଗାମୀ ଦିନରେ ଖେଳ ପଡିଆକୁ ମିନି ଷ୍ଟାଡିୟମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉପ-ବିଜେତା ବଙ୍ଗୋମୁଣ୍ଡା ଓ ଚାମ୍ପିଆନ କୁରସୁଡ଼ ଦଳକୁ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ବେଷ୍ଟ ସ୍କୋରର୍ ସଂକୀର୍ତ୍ତନ ଯାନୀ, ବେଷ୍ଟ ଡିଫେଣ୍ଡର ମାନସ ବେହେରା, ବେଷ୍ଟ ଗୋଲକିପର ଶଶାଙ୍କ ଶେଖର ଦାସ ଯାଦବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରେଫ୍ରୀ ତାପସ ପତି ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସାମନ୍ତ ହେର୍ଣ୍ଣା ପୁରନ୍ଦର କରୁଆଁ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ, ରୋଶନ ବିଶି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସ, ସମ୍ପାଦକ ଆଶିଷ ବେହେରା, କୋଷାଧ୍ୟକ୍ଷ ରାହୁଲ ବାଗ, କୁଶଧ୍ଵଜ ବେହେରା, ଟୁନା ହଂସ, ପ୍ରଦୀପ ବେହେରା, ତ୍ରିବିକ୍ରମ ବେହେରା, ଟିକେଶ୍ୱର ବିଶି, ରୁଦ୍ର ରାଉତ, ସୋନୁ ବେହେରାଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।