jayashree

ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରଥଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଟିଖାଲ ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ (ଆଇ.ଆର୍‌.ଇ.ଏଲ୍.) ଇଣ୍ଡିଆ ଲିଃ. କଲୋନୀରେ ଥିବା ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଓ ପାର୍ଶ୍ଵଦେବାଦେବୀଙ୍କ ମନ୍ଦିର ଥାଇ ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ବେଶ ପ୍ରସିଦ୍ଧତା ଲାଭ କରିଛି । ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ପାରମ୍ପରିକ ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତବର୍ଷ ମଧ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ରଥଯାତ୍ରା ଆୟୋଜିତ ହୋଇଥିଲା । ପବିତ୍ର ଶ୍ରୀ ଗୁଣ୍ଡିଚାଯାତ୍ରା ଅବସରରେ ଛେରାପହଁରା କାର୍ଯ୍ୟକ୍ରମ ଦେଖିବାକୁ ବହୁ ଲୋକ ଏଠାକୁ ଆସିଥାନ୍ତି । ଆଇଆର୍‌ଇ କମ୍ପାନୀ ୟୁନିୟନ ସମ୍ପାଦକ ଶ୍ରୀମାନ ହୃଷିକେଶ ଆଚାର୍ଯ୍ୟ ଗଜପତି ବେଶରେ ଆସି ରଥରେ ଛେରାପହରା କରିଥିଲେ । ଚଳିତବର୍ଷ ଏହି ପବିତ୍ର ରଥଯାତ୍ରାରେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.