oom

ଶାନ୍ତି ଶୃଙ୍ଖଳା ସହ ସମାପନ ହେଲା ପଦ୍ମପୁର ବାହୁଡା ରଥଯାତ୍ରା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ମାଉସୀ ମାଁ ମନ୍ଦିର ଠାରେ ଗତ ସୋମବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀ ମନ୍ଦିର ଅଭିମୁଖେ ବାହୁଡା ଯାତ୍ରା ପାଇଁ ସକାଳ ଆଳତି ପଣ୍ଡିତ ଅତ୍ରାହି ଭଞ୍ଜନଙ୍କ ପୂଜାର୍ଚ୍ଚନାରେ ଶେଷ ହୋଇ ଦ୍ୱିପ୍ରହରରେ ପଦ୍ମପୁର ଆବାଲ ବୃଦ୍ଧବନିତା, ପଦ୍ମପୁର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଲ, ବିଜ୍ଞାପିତ ଅଞ୍ଚଳ ପରିଷଦ ଷ୍ଟାଫ ଏବଂ ପଦ୍ମପୁର ପୋଲିସ ଷ୍ଟାପ ଅନ୍ନଭୋଗ ପାଇକି ଗଲେ, ଅପରାହ୍ନ ୪ଟାରେ ମାଉସୀ ମାନଙ୍କ ହାତରେ ତିଆରି ପୋଡପିଠା ଭୋଗ ଲାଗି ହୋଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ଘରୁ ରଥକୁ ସଭାପତି ଡ଼. ଦେବାଶିଷ ରଥଙ୍କ ଛେରା ପହରାରେ ରଥକୁ ବାହୁଡି ଥିଲେ । ଛୋଟ ଛୋଟ ଛୁଆ ମାନଙ୍କ ରଥ ପରେ ଶାନ୍ତିନଗର, ମୈତ୍ରୀନଗର, ମାଷ୍ଟର କଲୋନୀ, ବିଜୟନଗର ଓ ପଦ୍ମପୁର ଆଖପାଖ ମାଉସୀ ମାନେ ରଥକୁ ଟାଣିକି ଶ୍ରୀ ମନ୍ଦିର (ରାଜାପଡା)କୁ ନେଇ ଯାଇଥିଲେ । ବାହୁଡା ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ୧୦ ଦିନ ଧରି ପଦ୍ମପୁର ପ୍ରଶାସନ ଅଧିକାରୀ, ପୋଲିସ ଷ୍ଟାଫ, ବିଜ୍ଞାପିତ ଅଞ୍ଚଳ ପରିଷଦ ଷ୍ଟାଫ୍‌ଙ୍କ ପୂର୍ଣ୍ଣ ସହାୟତାରେ ଶାନ୍ତି ଶୃଙ୍ଖଳା ସହିତ ବାହୁଡା ରଥଯାତ୍ରା ସମାପ୍ତ ହୋଇଥିଲା । ପୂଜା କମିଟିର ଉପସଭାପତି ମହେଶ ବେହେରା, ସମ୍ପାଦକ ପ୍ରତାପ ନାଥ, ସହ ସମ୍ପାଦକ ତୁଷାର କାନ୍ତ ପଧାନ, କୋଶାଧ୍ୟକ୍ଷ କୁନାଲ ପାଣିଗ୍ରାହୀ, ଡ. ଗଦାଧର ରଥ, ଡ. ଅର୍ଜୁନ ଦେବତା, ତାରାପ୍ରସାଦ ସତପଥୀ, ସୂର୍ଯ୍ୟପ୍ରସାଦ ହୋତା, ଶାନ୍ତାନୁ ପାଣିଗ୍ରାହୀ, ଜଗବନ୍ଧୁ ପଥାଳ, ଘନଶ୍ୟାମ ପୁଞ୍ଜି, ମଧୁସୂଦନ ଦେବତା, ଅକ୍ଷୟ କୁମାର ବେହେରା, ବିରଞ୍ଚି ନାରାୟଣ ସାହୁ, ଗଙ୍ଗାଧର ମହାନ୍ତି, ଜିତେନ୍ଦ୍ରୀୟ ଦାସ, ଅଶୋକ ସାହୁ, ରବିନାରାୟଣ ପଣ୍ଡା, ପ୍ରୀତି ରଞ୍ଜନ ପଧାନ, ମାନସ ମହାନ୍ତି, ଅମୀୟ ପୁରୋହିତ, ଅଜୟ କିଶୋର ପୁରୋହିତ, ଅଶୋକ ଦାସ, ମୁକେଶ ବେହେରା, ଦିବ୍ୟ କିଶୋର ପଣ୍ଡା, ପ୍ରଫୁଲ୍ଲ ବେହେରା, ମନୋରଞ୍ଜନ ସାହୁ, ଅରବିନ୍ଦ ପାଣିଗ୍ରାହୀ, ଜଗବନ୍ଧୁ ବାବୁ, ବିଜୟ କୁମାର ସାହୁ, ବିଜୟ କିଶୋର ସାହୁ, ପ୍ରମୋଦ କୁମାର ନାୟକ, ପୁଷ୍ପବାସ ପଧାନ, ହିତେଶ ଅଗ୍ରୱାଲ, ଝସକେତନ ପଶାୟତ, ରାମ ନରେଶ ପଣ୍ଡିତ, ଚୂଡ଼ାମଣି ମେହେର, ଧର୍ମପ୍ରିୟ ସେଠି, ସଚିନ ସରାଫ, ସୋନୁ ସରାଫ, ରୁପେଶ ସାହୁ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.