ତିନିରଥରୁ କଢ଼ାହେଲା କନା ଓ କଳସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ ରହିଛି। ନୀଳାଦ୍ରି ବିଜେ ପର ଦିନ ତିନି ରଥରୁ ସାରଥି, ଠେକରା ବାଡ଼ ଓ ପାର୍ଶ୍ୱ ଦେବଦେବୀଙ୍କୁ କଢ଼ାଯାଇଥିଲା । ଠେକରାବାଡ଼ ଓ ପାର୍ଶ୍ୱଦେବଦେବୀଙ୍କୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପରିସର ଓ ସାରଥିମାନଙ୍କୁ ଦୋଳବେଦୀ ପରିସରରେ ରଖାଯାଇଛି । ସେହିପରି ତିନିରଥର ଘୋଡ଼ା ଓ ଚାରମାଳଗୁଡ଼ିକୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରକୁ ନିଆଯାଇଥିଲା । ପରେ ତିନିରଥରେ ଲାଗିଥିବା ପିତ୍ତଳ ସାମଗ୍ରୀଗୁଡ଼ିକୁ ମଧ୍ୟ କଢ଼ାଯାଇଥିଲା । ତିନି ରଥରୁ କନା, କଳସ ପ୍ରଭୃତି କଢ଼ାଯାଇ ନ ଥିଲା । ମଙ୍ଗଳବାର ଅପରାହ୍ନରେ ପ୍ରଥମେ କଳସ ଓ ପରେ କନା ବାହାର କରାଯାଇଛି । ଏଗୁଡିକୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପରିସରରେ ରଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଭଙ୍ଗା ନେଇ ସୂଚନା ଆସିବା ପରେ ଭୋଇ ସେବକମାନେ ରଥ ଭାଙ୍ଗିବା କାର୍ୟ୍ୟ ଆରମ୍ଭ କରିବେ ବୋଲି ସୂଚନା ମିିଳିଛି ।

Leave A Reply

Your email address will not be published.