ଟ୍ରାକ୍ଟର ଧକ୍କାରେ ନାବାଳକ ଛାତ୍ର ମୃତ : ଉତ୍ତ୍ୟକ୍ତ ଲୋକଙ୍କ କ୍ଷତିପୂରଣ ଦାବୀରେ ରାସ୍ତାରୋକ, ଡ୍ରାଇଭର୍‌କୁ ନିସ୍ତୁକ ମାଡ, ଥାନାରେ ଅଟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ନିକଟରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର୍‌ ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ପତ୍ରାପାଲି(କ) ପଞ୍ଚାୟତ ଖପାଦର ଗ୍ରାମର ସଂଜୀବ ପୁଟେଲଙ୍କ ଏକମାତ୍ର ପୁଅ ତଥା ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପୀତାମ୍ବର ପୁଟେଲ (୧୩) ନାମକ ଜଣେ ନାବାଳକ ନିକଟସ୍ଥ ଜାମୁଟ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେଇ ସନ୍ଧ୍ୟା ସମୟରେ ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଜାମୁଟ-ବଙ୍ଗୋମୁଣ୍ଡା ରାସ୍ତାର ଲାରିପଡା ଛକ ନିକଟରେ ବଙ୍ଗୋମୁଣ୍ଡା ପଟରୁ ଦୃତ ଗତିରେ ଆସୁଥିବା ଏକ ଟ୍ରାକ୍ଟର୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଥିଲା । ଟ୍ରାକ୍ଟର(ଓଡ଼ି ୦୩ ଟି ୮୩୨୬)ଟି ସୁକୁନାପଦର ଗ୍ରାମର ବିଷ୍ଣୁ ହେର୍ଣ୍ଣାଙ୍କ ବୋଲି ଜଣାପଡିଛି । ପରିବାର ଲୋକେ ଏବଂ ସମ୍ପର୍କୀୟ ପହଁଞ୍ଚିବା ପରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ବଙ୍ଗୋମୁଣ୍ଡା ଥାନା ଆଇଆଇସି ସଞ୍ଜୀବ ପଧାନ ଏବଂ ମୁରିବାହାଲ ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନଙ୍କ ସହ ପୋଲିସ ଘଟଣାସ୍ଥଳକୁ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ନାବାଳକର ମୃତ୍ୟୁ ପାଇଁ ଦାୟୀ କରି ଟ୍ରାକ୍ଟର୍‌ ଡ୍ରାଇଭର୍‌କୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ ମାରିଥିଲେ । ପୁଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସିତ ସହ ଥାନାରେ ଅଟକ ରଖିଛି । ଏ ସମ୍ପର୍କରେ ଥାନା କେଶ ନଂ ୨୫୫/୨୪ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି । ଖବର ଲେଖା ସୁଦ୍ଧା ରାସ୍ତା ଅବରୋଧ ଜାରି ରହିଛି ।

Leave A Reply

Your email address will not be published.