om academy

ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦାବୀରେ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ

jsm

ଉଦଳା : ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦାବୀରେ କପ୍ତିପଦା ବ୍ଲକ ଶାଳଚୁଆ ପଞ୍ଚାୟତର ସାଗରସାହି ଗ୍ରାମବାସୀମାନେ ଉଦଳା-ଭୁବନେଶ୍ଵର ରାଜ୍ୟ ରାଜପଥର ରଣାପୋଷି ପୋଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନାନୁଯାୟୀ, କପ୍ତିପଦା ବ୍ଲକ ଶାଳଚୁଆ ପଞ୍ଚାୟତର ସାଗରସାହି ଗ୍ରାମକୁ ପହଞ୍ଚି ପାରିନି ମୌଳିକ ସୁବିଧା । ଏହି ଗ୍ରାମରେ ପ୍ରାୟ ୨୫ଟି ପରିବାର ବସବାସ କରୁଛନ୍ତି । ହେଲେ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ହାରିଗୁହାରୀ କରିଥିଲେ ବି ଫଳ ଶୂନ । ଶେଷରେ ଆଜି ଗ୍ରାମବାସୀମାନେ ଉଦଳା-ଭୁବନେଶ୍ଵର ରାଜ୍ୟ ରାଜପଥର ରଣାପୋଷି ପୋଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଦଳାରୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବ୍ୟାହାତ ହୋଇଛି ।

ତେବେ ଗ୍ରାମବାସୀଙ୍କ ଦାବୀ ତୁରନ୍ତ ପୂରଣ କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନଥିବା ଜଣାଯାଇଛି ।

Leave A Reply

Your email address will not be published.