ପୁରୀ : ମହାପ୍ରଭୁ ଜଗନ୍ନାଥ ତାଙ୍କ ଧର୍ମପତ୍ନୀ ମାନମୟୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବା ବେଳେ ଏହି ପରମ୍ପରାକୁ ଆଧାର କରି ଆଜି ରସଗୋଲା ଦିବସ ପାଳନ କରାଯାଉଛି । ନିଳାଦ୍ରୀ ବିଜେ ସମୟର ମହାବାହୁଙ୍କ ଏହା ଏକ ନିଆରା ପର୍ବ । ତେବେ ଐତିହାସିକ ଓ ଗବେଷକମାନେ ମଧ୍ୟ ମତ ଦିଅନ୍ତି, ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହେଉଥିବାର ପରମ୍ପରା ରହି ଆସିଛି ।