ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବାର୍ଷିକ ବିରାଟ ଧନୁଯାତ୍ରା ମହୋତ୍ସବର ସୋମବାର ଦିନ ପଞ୍ଚମ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଓ ଗୋପପୁରରେ ପୁତନା ବଧ ମଞ୍ଚସ୍ଥ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଜେଡି ନେତା ଅଜୟ ଦାସ ମୁଖ୍ୟ ଅତିଥି, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଶୀ, ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ପ୍ରଦୀପ ପୁଟେଲ, ବ୍ଲକ ଫେଡେରେସନ ସଭାନେତ୍ରୀ ସାବିତ୍ରୀ ମହାନନ୍ଦ, ବ୍ୟବସାୟୀ ହୀରାଲାଲ ଜୈନ, ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜେଲ କର୍ମଚାରୀ ଲାବଣ୍ୟ କୁଅଁର, ବ୍ୟବସାୟୀ ରଘୁନାଥ ବେହେରା, ଯୁବ ସାମ୍ବାଦିକ ତରଣୀସେନ ମେହେର, ବ୍ୟବସାୟୀ ଅନିଲ କୁମାର ଶର୍ମା, ଭବାନୀଶଙ୍କର ଶର୍ମା ପ୍ରମୁଖ କଂସ ଦରବାରରେ ରାଜଅତିଥି ରୂପେ ଉପସ୍ଥିତ ଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ରୁକୁ ସୁନା, ବିଶିଷ୍ଟ ୟୁଟ୍ୟୁବର ତଥା ସିନେ ଅଭିନେତା ଦମ୍ପତି ରୋସନ ଭରଦ୍ୱାଜ ଓ ମୁନିଆଁ ପାଣିଗ୍ରାହୀଙ୍କୁ କମିଟି ପକ୍ଷରୁ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁରିବାହାଲ ରାମଲୀଳା କମିଟିର ରାମରତନ ମେହେରଙ୍କ ସହ ଅନ୍ୟ ସମସ୍ତ କଳାକାରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଲିଳୁମୋହନ ପଧାନ, ଗିରିଧାରୀ ସାହୁ, ସୁଜିତ ରଞ୍ଜନ ପାଢ଼ୀ ମାନପତ୍ର ପଠନ କରିଥିଲେ । ଆୟୋଜକ ମୁରିବାହାଲ ଧନୁଯାତ୍ରା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ୱବିହାରୀ ଯୋଶୀ, ସୁଦାମ ସାହୁ, ସାଧାରଣ ସମ୍ପାଦକ ତରୁଣ ପୋଢ଼, ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟସୁନ୍ଦର ସାହୁ, ସଂପାଦକ ଭରତ ଦାସ, ପ୍ରେମାନନ୍ଦ ମାଝୀ, ସୁଜିତ ରଞ୍ଜନ ପାଢ଼ୀ, ଅଭିଳାଷ ବଘାର, କୋଷାଧ୍ୟକ୍ଷ ରମାରଞ୍ଜନ ପାତ୍ର, ପଦ୍ମଲୋଚନ ସାହୁ, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ, ଖଗେଶ୍ୱର ସାହୁ, ବୈରାଷ୍ଟ୍ର ପୋଢ଼, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ଆବାହକ ବାବୁଲାଲ କେତକୀ, ଯାଞ୍ଚ ଅଧିକାରୀ ଅନିଲ କୁମାର ଶର୍ମା, ଉପଦେଷ୍ଟା ଚିନ୍ତାମଣି ମହାରଣା, ମଧୂସୁଦନ ନାଗ, କୁନ୍ତ ପୋଢ଼, ବାବୁଲି ରାଉତଙ୍କ ସହ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଏଥିରେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।
Next Post