ls

ମଧ୍ୟପ୍ରଦେଶ : ଇଞ୍ଜିନିୟରିଂରେ ଶିକ୍ଷା ଦିଆଯିବ ରାମାୟଣ ଏବଂ ମହାଭାରତ, କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା

sb

ଭୋପାଳ : ମଧ୍ୟପ୍ରଦେଶରେ ଇଞ୍ଜିନିୟରିଂ କରୁଥିବା ଛାତ୍ରମାନଙ୍କୁ ବର୍ତ୍ତମାନ ରାମାୟଣ ଏବଂ ମହାଭାରତ ମଧ୍ୟ ପଢ଼ିବାକୁ ପଡିବ । ରାଜ୍ୟ ସରକାର ଏହା ନିଷ୍ପତ୍ତି ନେଇଛନ୍ତି । ଶିବରାଜ ସିଂ ଚୌହାନ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମାଲୋଚନା କରିଛି । ଏହି ନିଷ୍ପତ୍ତିକୁ ସମାଲୋଚନା କରି ମଧ୍ୟପ୍ରଦେଶ କଂଗ୍ରେସ ୟୁନିଟ୍ ଶିକ୍ଷାନୁଷ୍ଠାନରେ ଧର୍ମନିରପେକ୍ଷତାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ବିଜେପି ସରକାରଙ୍କୁ ନିବେଦନ କରିଛି ।

ମଙ୍ଗଳବାର ଦିନ ଦେଶ ହିନ୍ଦୀ ଦିବସ ପାଳନ କଲାବେଳେ ଏହି ଭଳି ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଆରିଫ ମାସୁଦ ଗଣମାଧ୍ୟମକୁ କହିଛନ୍ତି ଯେ, ପାଠ୍ୟକ୍ରମରେ ରାମାୟଣ ଏବଂ ମହାଭାରତ ବିଷୟରେ ଉଲ୍ଲେଖ କରାଯାଇଛି, କିନ୍ତୁ ସେ ପାଠ୍ୟକ୍ରମରେ କୋରାନ, ବାଇବେଲ ଏବଂ ଗୁରୁ ଗ୍ରନ୍ଥ ସାହିବଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍‌ ।

ମାସୁଦ କହିଛନ୍ତି, ଭାରତ ହେଉଛି ଏକ ଏଭଳି ଦେଶ, ଯିଏ ସମସ୍ତ ଧର୍ମକୁ ଏକାଠି ରଖେ । ଏହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏହା କେବଳ ସମ୍ବିଧାନର ସୁରକ୍ଷା କରିବ ନାହିଁ ବରଂ ସରକାରଙ୍କ ଉଦ୍ଦେଶ୍ୟକୁ ମଧ୍ୟ ସ୍ପଷ୍ଟ କରିବ ।

ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ମୋହନ ଯାଦବ ସେପ୍ଟେମ୍ବର ୧୩ରେ ସୂଚନା ଦେଇଛନ୍ତି ଯେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସ ରାଜ୍ୟରେ ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବେ ।

ଯାଦବ ଗଣମାଧ୍ୟମକୁ କହିଛନ୍ତି ଯେ, ମଧ୍ୟପ୍ରଦେଶ ସରକାର ପ୍ରଥମ ବର୍ଷର ସ୍ନାତକ ଛାତ୍ରମାନଙ୍କ ପାଇଁ ରାମାୟଣ, ରାମଚରିତ ମାନସ ଏବଂ ମହାଭାରତରକୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯିଏ ପ୍ରଭୁ ରାମଙ୍କ ଚରିତ୍ର ଏବଂ ସମସାମୟିକ କାର୍ଯ୍ୟ ବିଷୟରେ ଯେଉଁ ଛାତ୍ର ଜାଣିବାକୁ ଚାହାଁନ୍ତି, ସେ ଏହି ପାଠ୍ୟକ୍ରମ ମାଧ୍ୟମରେ ଜାଣିପାରିବେ । ଆମର ଅଧ୍ୟୟନ ବୋର୍ଡର ଶିକ୍ଷକମାନେ ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଯଦି ଆମେ ଆଗକୁ ବଢ଼ାଇ ପାରିବା ଆମର ଗୌରବମୟ ଇତିହାସ, ଏଥିରେ କାହାରି କିଛି ଅସୁବିଧା ହେବା ଉଚିତ୍ ନୁହେଁ ।

ଏହି ସମୟରେ ଘୋଷଣା କରାଯାଇଛି ଯେ, ରାଜ୍ୟ ସରକାର ଖୁବ୍ ଶୀଘ୍ର ହିନ୍ଦୀ ଭାଷାରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବେ । ଏହା ପୂର୍ବରୁ ସୋମବାର ମଧ୍ୟପ୍ରଦେଶ ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ କହିଛନ୍ତି, ହିନ୍ଦୀ ଦିବସ ଅବସରରେ ଆମେ ନିଷ୍ପତ୍ତି ନେଇଛୁ ଯେ, ଆମେ ହିନ୍ଦୀ ଭାଷାରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବୁ । ସିଲାବସ୍ ପ୍ରସ୍ତୁତ କରିବାକୁ ଆମେ ଏକ କମିଟି ଗଠନ କରୁଛୁ ।

pc pk
Leave A Reply

Your email address will not be published.