oom

ରାମାସ୍ୱାମୀ ମନ୍ଦିର ପୁନଃ ନିର୍ମଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ବିଧାୟକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡାସ୍ଥିତ ରାମାସ୍ୱାମୀ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଧାୟକ ଶ୍ରୀ ମିଶ୍ର ଆଜି ସକାଳୁ ଏହି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଶୁଭ ଭିତ୍ତିପ୍ରସ୍ତର ଦେଇଥିଲେ । ପରେ ମନ୍ଦିର ପରିସରରେ ଆୟୋଜିତ ଏକ ସଭାରେ ମନ୍ଦିରର ପୁନଃନିର୍ମାଣ ପାଇଁ ନିଜ ବିଧାୟକ ପାଣ୍ଠିରୁ ମନ୍ଦିର ପାଇଁ ଅନୁଦାନ ପ୍ରଦାନ କରିବେ ବୋଲି ଉପସ୍ଥିତ ଜନସାଧାରଣ ତଥା ଭକ୍ତଗଣଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ବୁଝି ତା’ର ସମାଧାନ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର ସଭାପତି ଗୋକୁଳ ତରୁଣ, ଉପସଭାପତି ଉମାଶଙ୍କର ପଣ୍ଡା, ଯୁଧିଷ୍ଠିର ମିଶ୍ର, ବସୁଦେବ ନାଗ, ରୁତୁ ପଣ୍ଡା, ସୌମ୍ୟଜିତ ସରାଫ, ବୁଲୁ ଦାନି, ନିରଞ୍ଜନ ହାତୀ, ରାଜା ପଣ୍ଡା, ବ୍ରଜ ମହାପାତ୍ର, ଶଙ୍କର ମାଝୀ, ରବି ମିଶ୍ର, କୁନୁ ବଗର୍ତ୍ତୀ, ଭକ୍ତ ପୋଢଙ୍କ ସମେତ ମହିଳା ମଣ୍ଡଳର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.