centurian jitm

ରାମଚରିତ ମାନସ ନବାହ୍ନ ପରାୟଣ ଜ୍ଞାନଯଜ୍ଞ ଓ ରାମଲୀଳା ପରିବେଷଣ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମଗ୍ର ବିଶ୍ଵ ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କାରେ ଭୟଭୀତ ରହିଥିବା ବେଳେ ଏହି ସମଗ୍ର ଦୃଶ୍ୟମାନ ଜଗତରେ ହେଉଛି କାଳର ଅଧିନ, କାଳ ଈଶ୍ୱରଙ୍କ ଅଧିନ, ଈଶ୍ୱର ନାମର ଅଧିନ ଏବଂ ନାମ ଭକ୍ତର ଅଧିନ ଅଟନ୍ତି । ଘୋର କଳିର ଅନ୍ତିମ ଚରଣରେ ପଞ୍ଚଭୂତମାନଙ୍କ ଦ୍ଵାରା ଗଠିତ ହେବାକୁ ଯାଉଥିବା ପ୍ରଳୟରୁ ରକ୍ଷା ପାଇବା ପାଇଁ କେବଳ ରାମ ନାମ ଓ ରାମ ତାରକମନ୍ତ୍ର ହିଁ ରକ୍ଷା କବଚ ଅଟେ । ଅତଏବ ରାମ ନାମ ଗାନ ଏବଂ ରାମଚରୀତ୍ର ଶ୍ରବଣ ବ୍ୟତୀତ କଳିଯୁଗରେ ଅନ୍ୟ ଗତି ନାହିଁ । ଏହି ଚେତନାକୁ ହୃଦୟଙ୍ଗମ କରି ଯୋରକଣି ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ମହାବୀର ଓ ଶ୍ରୀ ଜଗନ୍ନାଥଙ୍କ ପ୍ରାଙ୍ଗଣରେ ପବିତ୍ର ସୀତାନବମୀ ତିଥିରେ ୩୮ତମ ସାମ୍ବତ୍ସରିକ ଉତ୍ସବ ଶ୍ରୀରାମଚରୀତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ସାନ୍ଧ୍ୟ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେହ ସୂର୍ଯ୍ୟ ପୂଜା, ଧେନୂ ପୂଜା, ଷୋଡ଼ଶ ଉପଚାର ପୂଜା ଓ ଆହୁତି, ପ୍ରସାଦ ସେବନ ସହ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ, ପ୍ରବଚନ, ରାମ ନାଟକ, ଭଜନ ସମାରୋହ, ରାମ ନାଟକ ପରିବେଷଣ ହେଉଛି । ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ମଧ୍ୟରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସେହିପରି ଘୋରଡିଆ ଗ୍ରାମର ମହାବୀର ରାମନାଟ୍ୟ ଶିଶୁ କଳାନିକେତନ ପକ୍ଷରୁ ୩୭ତମ ବାର୍ଷିକ ନାମଯଜ୍ଞ ଓ ରାମ ନାଟକ ଅନୁଷ୍ଠିତ ହୋଇଯାଇଛି । ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ସୋମନାଥ ଦେବ ଓ ଆରାଧ୍ୟ ଦେବୀ ମା ଚର୍ଚ୍ଚିକା ପୀଠ ସ୍ଥଳୀରେ ସୀତାନବମୀ ତିଥିଠାରୁ ନାମଯଜ୍ଞ ସହ ପ୍ରତ୍ୟେହ ସନ୍ଧ୍ୟାରେ ସୀତା ବିବାହ, ଶ୍ରୀରାମ ବନବାସ, ପଞ୍ଚବଟୀରେ ସୀତାଚୋରୀ, ମହାପ୍ରତାପୀ ବାଲୀବଧ ଓ ହନୁମାନର ଜୟଯାତ୍ରା ବା ସ୍ଵର୍ଣ୍ଣମୟୀ ଲଙ୍କା ପୋଡି ଆଦି ରାମଙ୍କ ଉପରେ ନାଟକ ଗ୍ରାମାଞ୍ଚଳର ଶିଶୁ ଓ ଯୁବ କଳାକାର ମାନେ ଆକର୍ଷଣୀୟ ଓ ମନୋରଞ୍ଜନଧର୍ମୀ ନିଜ କଳାପ୍ରତିଭାର ପରିଚୟ ଦେଇ ଦର୍ଶକମାନଙ୍କ ମନ ମୋହି ଥିଲେ । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା । ମୂନିନ୍ଦାରେ ୫ଟି ନଦିଆ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.