ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡା ପାହାଡ଼ ଶୀର୍ଷରେ ବିଜେମାନ୍ କରିଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ପାର୍ବଣ ଉତ୍ସଵ ଆରମ୍ଭ ହୋଇଯାଇଛି । ମା’ଙ୍କ ପାର୍ବଣ ଉତ୍ସବ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ଓ ମହାନବମୀ ପର୍ଯ୍ୟନ୍ତ ଦେବୀଙ୍କ ଠାରେ ବର୍ଣ୍ଣାଢ଼୍ୟ ଉତ୍ସବ ସମାରୋହ ୧୬ ଦିନ ଧରି ଷୋଡ଼ଶ ଉପଚାରରେ ଶାରଦୀୟ ଦୁର୍ଗା ଉତ୍ସବ ଅନୁଷ୍ଠିତ ହେଉଛି । ରବିବାର ଦିନ ଏକ ହଜାର ଆଠ କଳସରେ ଋଷିକୁଲ୍ୟା ନଦୀରୁ ଜଳ ଅଣାଯାଇ କଳସ ସ୍ଥାପନ କରାଯାଇଥିବା ସାଂଗକୁ ଦେବୀଙ୍କ ଠାରେ ଜଳାଭିଷେକ କରାଯାଇଛି । ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ଦ୍ଵାରା ଦେବୀଙ୍କ ପୂଜା ଆବାହନ ଓ ସଂସ୍ଥାପନ ଯଥାରୀତିରେ ପୂଜାର୍ଚ୍ଚନା ସହ ଦେବୀଙ୍କ ପାର୍ବଣ ଉତ୍ସବ ଆରମ୍ଭ ହୋଇଯାଇଛି । ପୂଜା କମିଟିର ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ, ସମ୍ପାଦକ ବିମଲ ପଣ୍ଡା, ପରିଚାଳନା କମିଟି ସଂଯୋଜକ କମଲ କୁମାର୍ ପଣ୍ଡା ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ଷେତ୍ରରେ ସକ୍ରୀୟ ଅଂଶଗ୍ରହଣ କରିଛନ୍ତି । କରପଡ଼ା ଗ୍ରାମର ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ପୂଜା କମିଟି ଓ ଟ୍ରଷ୍ଟ ତରଫରୁ କର୍ମକର୍ତ୍ତାଙ୍କ ପୂର୍ଣ୍ଣ ସହଯୋଗରେ ପୂଜା ବିଧାନ ସୁରୁଖୁରୁରେ ପ୍ରଚଳିତ ହୋଇଆସିଛି । ଅଧୂନା ମା’ ରାମଚଣ୍ଡୀ ପୀଠ ପରିସରରେ ବେଦମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ହୋଇ ଗଗନ ପବନ ମୁଖରୀତ ହୋଇଉଠିଛି । ସମଗ୍ର ନୀଳାଦ୍ରିପୁର ଅଞ୍ଚଳ ତଥା ମା’ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇ ଉଠିଛି ।
Next Post