oom

ଡେଲାଙ୍ଗରେ ସୁଭଦ୍ରା ରାଲି ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ସୁଭଦ୍ରା ଯୋଜନା ସମ୍ପର୍କରେ ଏକ ସଚେତନତା ପଦଯାତ୍ରା ରାଲି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୨୧ଟି ଗ୍ରାମପଞ୍ଚାୟତ ସାଉରିଆ, ଘନିପୁର, କଲ୍ୟାଣପୁର, ମୁନିନ୍ଦା, ଡେଲାଙ୍ଗ -କୋଠବାଡ଼, ଅରୀଶଲ, ଖେଳାଉରି, ରେଞ୍ଚ, ଜେନାପୁର, ସୁଜନପୁର, ଚାଇଁପୁର, ଗଡ଼ ମୋଟରୀ ଆଦି ବିଭିନ୍ନ ପଞ୍ଚାୟତରେ ସଫଳତାର ସହ ଏହି କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ବିଭିନ୍ନ ପଂଚାୟତର ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗାନାୱାଡି କର୍ମୀ, ସୁଭଦ୍ରା ହିତାଧିକାରୀ, ଜନ ପ୍ରତିନିଧି ମାନେ ସାମିଲ ହୋଇଥିଲେ । ସୁଭଦ୍ରା ଯୋଜନାରେ ଉପକୃତ ହୋଇଥିବା ବହୁ ହିତାଧିକାରୀ ସେମାନଙ୍କର ଅନୁଭୂତି ଅନୁଷ୍ଠିତ ସଭାରେ ନିଜର ଅନୁଭୂତି ପରିପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଡିପିଓ ଜାପାନୀ ମିତ୍ରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସମସ୍ତ କ୍ଷେତ୍ର ପରିଦର୍ଶିକା, ମିଶନ ଶକ୍ତି ମହାସଂଘର ସଭାପତି ସମ୍ପାଦିକା, ଗୋଷ୍ଠୀ ସମ୍ବଳ କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ବ୍ଲକ ସ୍ତରୀୟ ମିଶନଶକ୍ତି ଅଧିକାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସମ୍ପାଦନ କରାଯାଇଥିଲା ।

jittmm
Leave A Reply

Your email address will not be published.