ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ରକ୍ତଦାତାଙ୍କ ସୁଅ ଛୁଟୁଛି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ସମୟରେ ରକ୍ତର ଅଭାବ ଲାଗିରହିଥିବା ବେଳେ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ରୋଗୀ ମାନଙ୍କୁ ରକ୍ତ ଦରକାର ପଡିଲେ ସୋସିଆଲ ମିଡ଼ିଆ ହେଉକି ଫୋନ କଲରେ ରକ୍ତଦାତାମାନେ ଖବର ପାଇ ସ୍ୱଇଛାରେ ଆସି ରକ୍ତଦାନ କରୁଛନ୍ତି । ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହୁଥିବା ବେଳେ ମଧ୍ୟ ରକ୍ତଦାତା ଗୋବର୍ଦ୍ଧନ ଭାଟି, ଯୁବରାଜ କୁଅଁର, ହିତେଶ ବେହେରା, ସଞ୍ଜୀବ ବାରିକ, ତୁଳାରାମ ମେହେର, କୈଳାଶ ଭୋଇ ଆଦି ଓ ପଜିଟିଭ, ଏ ପଜିଟିଭ, ଏବି ପଜିଟିଭ ଓ ବି ପଜିଟିଭ ରକ୍ତ ସାଧୁ ମଲ୍ଲିକ, ଉଡିଙ୍ଗ, ସଦାମନି ପୁଟେଲ, ଗଞ୍ଜାବାହାଲ, ପ୍ରଣବ ବେହେରା, ଖରିଆର, ଯାଜ୍ଞସେନୀ ଜାଲ, ମହଖଣ୍ଡ, ବାସନ୍ତୀ ମାଝୀ, ବରକାନୀ ଆଦିଙ୍କୁ ରକ୍ତ ଦେଇଥିଲେ । ରକ୍ତ ସଂଗ୍ରହ କରିବାରେ ସଂଗ୍ରାମ ତ୍ରିପାଠୀ, ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ସହଯୋଗ କରିଥିଲେ । ରକ୍ତଦାତାଙ୍କୁ ସାମ୍ବାଦିକ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ ରକ୍ତ ଭଣ୍ଡାରର ଗୁରୁଵାରୁ ରଣା, ଶିବ ସାହୁ, କୁନାଲ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.