ଭାଲୁମୁଣ୍ଡାରେ ରକ୍ତଦାନ ଶିବିର

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଭାଲୁମୁଣ୍ଡା ଓ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଭାଲୁମୁଣ୍ଡାସ୍ଥିତ ସାଇ ଭଜନ ସମିତି ମନ୍ଦିରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବେଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ଅଞ୍ଜନା ମେହେର ମୁଖ୍ୟଅତିଥି, କର୍ଲାପଡା ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜିତ ମେହେର ଓ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଶିବିରରେ ଶିକ୍ଷକ ବିବେକାନନ୍ଦ ରାଏ, ପ୍ରେସ କ୍ଲବ, ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା, ସନ୍ତୋଷ ଅଗ୍ରୱାଲ, ବିପିନ ବିହାରୀ ସାହୁ, ରକ୍ତ ନାୟକ, ସଂଗ୍ରାମ ତ୍ରିପାଠୀ, ଡାକ୍ତର ସୁଜିତ ପାତ୍ର, ଡାକ୍ତର ବିଶ୍ୱମ୍ବର ମେହେର, ଡାକ୍ତର ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ରାଜେନ୍ଦ୍ର ପ୍ରସାଦ ସାହୁ, କୁନାଲ ଦାସ, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା ଓ ସାଇଭକ୍ତମାନେ ସହଯୋଗ କରିଥିଲେ । ଏହି ଶିବିରରେ ଜ୍ୟୋତିରଂଜନ ମିଶ୍ର, ଲିଙ୍ଗରାଜ ପାତ୍ର, ଚୌବନ ମେହେର, ବ୍ରଜେନ୍ଦ୍ର କୁମାର ସାହୁ, ରୁକ୍ଷ ରଣା, ବିନୟ ମେହେର, ଅମୂଲ୍ୟ ମେହେର, ବଳି ଭୋଇ, ଭଗତ ରଣା, ମାନସ କୁମାର ଜେନା, ମିନିକେତନ ବାଗ, ପ୍ରିତି ପାୟଲ ରାଉତ, ଦିଲେଶ୍ୱର ସାହୁ, ସୁଦର୍ଶନ ବାରିକ, ଗୋପାଳ ମେହେର, ଭୂପେନ୍ଦ୍ର ମେହେର, ଗୌରୀଶଙ୍କର ସଗ୍ରିଆ, ଅଞ୍ଜନା ମେହେର, ବିନୋଦ ମେହେର, ଲୋକନାଥ ମେହେର, ଶୋଭରାଜ ସିଂ ମାଝୀ, ମୁରଲୀ ଭୋଇ, ଘାସିରାମ ମେହେର, ସୁରେଶ ମାଝୀ, ଶ୍ରୀ ନିବାସ ମାଝୀ, ଧର୍ମେନ୍ଦ୍ର ପୁଟେଲ, କ୍ଷୀରସିନ୍ଦୁର ଲହା ସମେତ ସତେଇଶ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।

Leave A Reply

Your email address will not be published.