ଉତ୍ସାହର ସହ ରକ୍ତଦାନ କଲେ ଜେଆଇଟିଏମ୍‌ର ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିୟାନ ୟୁନିଭରସିଟି (ଜେଆଇଟିମ୍‌)ର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ପଦ୍ମନାଭ ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଫାର୍ମ, ଡିଫାର୍ମ ସମସ୍ତ ଫାର୍ମାସି ଛାତ୍ରଛାତ୍ରୀ ଉତ୍ସାହର ସହ ରକ୍ତଦାନ କରିଥିଲେ । ରକ୍ତର ବିକଳ୍ପ ନାହିଁ । ଏଣୁ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବାର ପ୍ରୟାସକୁ ଯୋଗ ଦେଇଥିବା ଅତିଥିଗଣ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ସାହ ଦେଖି ଜେଆଇଟିଏମ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡଙ୍ଗୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ପାଠପଢା ସହ ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!