ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ପ୍ରଚେଷ୍ଟାରେ ଓଡିଆ ପକ୍ଷ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଆବାହକତ୍ୱରେ କାଉନସେଲର ମାନସ ରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା କାର୍ୟ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ଡାକ୍ତର ରାମ ପାତ୍ର, ବାଲିଗୁଡା ଉପଖଣ୍ଡ ରକ୍ତ ଭଣ୍ଡାରର ରକ୍ତ ସଂଗ୍ରହକାରୀ ଦଳ ସହ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସ୍ୱେଛାସେବୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।