ବଲାଙ୍ଗିର, (କେପିଏନ୍ଏସ୍) : ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୬ ତାରିଖକୁ ସାରା ଭାରତରେ କେଟ୍ରିନ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା କେଟ୍ରିନ ସଂଘର ରାଜ୍ୟ ଉପସଭାପତି ପ୍ରଶାନ୍ତ ବାରିକ ଓ ଜିଲ୍ଲା ସଭାପତି ରାଉଳ ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସେବା କାର୍ଯ୍ୟ କରାଯାଇଛି । ଆଜି କେଟ୍ରିନ ସଂଘର କର୍ମକର୍ତ୍ତାମାନେ ଭୀମ ଭୋଇ ମେଡିକାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । କର୍ମକର୍ତ୍ତାମାନେ ସ୍ଵେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ବଲାଙ୍ଗିର ଜିଲ୍ଲାର ସମସ୍ତ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଏହି ସେବା କାର୍ଯ୍ୟ କରାଯାଉଥିବା ବେଳେ ଅନାଥ ଆଶ୍ରମ ପିଲାଙ୍କୁ ଓ ହସ୍ପିଟାଲରେ ରୋଗୀଙ୍କୁ ବଲାଙ୍ଗିର, କଣ୍ଟାବାଞ୍ଜି , ଟିଟିଲାଗଡ଼ରେ ଅନ୍ନ ଆହାର ମଧ୍ୟ ଯୋଗାଇ ଦିଆଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଘାସିରାମ ଜୈନ, ସମ୍ପାଦକ, କମଳ ଜିତ୍ ସାହୁ, କୋଷାଧ୍ୟକ୍ଷ, ସୁଦାମ ଦାସ, ନୂତନ ଦାସ, ସତ୍ୟ ଲୋଚନ ବହିଦାର, ବିଷ୍ଣୁ ପ୍ରସାଦ ବେହେରା, ସୁରଜ ବେହେରା, ବନମାଳି ନାୟକ, ମନୋଜ ସାହୁ, ହୃଷିକେଶ ହୋତା, ଚିନ୍ମୟ ପଣ୍ଡା ଓ ରାକେଶ ଅଗ୍ରୱାଲ ରକ୍ତ ଦାନ କରିବା ସହିତ ସହଯୋଗ କରିଥିଲେ । ଏଥିରେ ଜିଲ୍ଲା କେଟ୍ରିନ ସଂଘ, ଟେଣ୍ଟ ସଂଘ, ଇଲେକ୍ଟ୍ରି ସଂଘ ଓ ଫୁଲ ସଂଘର ସମସ୍ତ କର୍ମକର୍ତ୍ତାମାନେ ଓ ପଦାଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
Prev Post