- ୨୯ ୟୁନିଟ ରକ୍ତ ସଂଗ୍ରହ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍ଟେମ୍ୱରରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ “ସେବା ପକ୍ଷ” ପାଳନ ଓ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୁରୁବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ତଥା ଭେଷଜ ବିଶେଷଜ୍ଞ ଡା. ଶାନ୍ତନୁ କୁମାର ଜେନାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଶିବିରରେ ପୁରୀ ରକ୍ତ ଭଣ୍ଡାରର ଡାକ୍ତର ଦୀପକ କୁମାର ସାହୁ, ଡା. ମାନସ ରଞ୍ଜନ ଦାଶ, ଡା. ସୁଶାନ୍ତ କୁମାର ରାଉତ, ଡା. ମନୋଜ କୁମାର ପଣ୍ଡା, ଡିଇଓ ମନୋରଞ୍ଜନ ଭୋଇ, ଏମ୍ଏଲ୍ଟି ଶକ୍ତିକାନ୍ତ ମହାପାତ୍ର, ଆଟେଣ୍ଡାଣ୍ଟ ଅମିତ ପାଢ଼ୀ, ଡ୍ରାଇଭର ପ୍ରବୀଣ କୁମାର ନାୟକ ପ୍ରମୁଖ ୨୯ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ଡେଲାଙ୍ଗ ବିଡ଼ିଓ କ୍ଷିତିଶ ବେହେରା, ଡାକ୍ତର ଅମ୍ଲାନ ଜଗଦେବ, ସାମ୍ବାଦିକ ପ୍ରଦୀପ ରଞ୍ଜନ ବିଶ୍ୱାଳଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ପ୍ରଭାତ କ୍ଲବର ।ସ୍ୱଚ୍ଛାସେବୀଙ୍କ ସମେତ ୨୯ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ସ୍ୱାସ୍ଥ୍ୟ ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ଦିଲୀପ କୁମାର ପରିଡା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ନେହାଞ୍ଜଳି ପଣ୍ଡା, ବଳରାମ ପଟ୍ଟନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।