ରକ୍ତଦାନ କରି ଶିଶୁର ଜୀବନ ବଞ୍ଚାଇଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର କାଲିଭନା ଗ୍ରାମର ନମିତା ଭୋଇ ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଦୁଇ ଦିନ ତଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ତାଙ୍କ ନବଜାତ ଶିଶୁ ପୁତ୍ର ଆଜି ଏବି ପଜିଟିଭ୍‌ ରକ୍ତର ଆବଶ୍ୟକ ହେବାରୁ ସେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଆଗଲପୁର ବ୍ଲକ ସାନ୍ତିକା ଗ୍ରାମର ଚନ୍ଦନ ପଧାନ ୩୩ କିମି ଦୂରରୁ ଆସି ରକ୍ତଦାନ କରି ଶିଶୁ ପୁତ୍ରର ଜୀବନ ବଞ୍ଚାଇ ଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ଏଭଳି ସେବାମୂଳକ କାର୍ଯ୍ୟକୁ ନୁଆପଡା ଜିଲ୍ଲା କୁଲୁତା ସମାଜ ସଭାପତି ସରୋଜ ସାହୁ ସମେତ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.