ରକ୍ଷାବନ୍ଧନ ସହ ଅଶ୍ୱଥତ୍‌ ଗଛର ଗୁଣଗାନ କଲେ ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମର ମହାବୀର ମନ୍ଦିର ପ୍ରାଙ୍ଗଣରେ ଥିବା ଅଶ୍ୱଥତ୍‌ ବୃକ୍ଷକୁ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ । ଏହି ଅବସରରେ ଶ୍ରୀ ପାଢୀ ପରିବେଶ ସୁରକ୍ଷାରେ ଅଶ୍ୱଥତ୍‌ ବୃକ୍ଷର ମହିମା ସଂପର୍କରେ ବିଷଦ ଆଲୋକପାତ କରିଥିଲେ । ଅଶ୍ୱଥତ୍‌ ବୃକ୍ଷ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡୁ ଥିବାରୁ ତଥା ବାୟୁମଣ୍ଡଳକୁ ସୁରକ୍ଷିତ ରଖୁଥିବାରୁ ଏହାକୁ ବହୁଳ ପରିମାଣରେ ରୋପଣ କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ରାନନ୍ଦ, ହରିବନ୍ଧୁ ପ୍ରଧାନ, ସୋମନାଥ ସେନାପତି ଅଧିକାରୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!