ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ନିକଟରେ ଥିବା ନୃସିଂହ ବନରେ ପ୍ରକୃତି ପ୍ରେମୀମାନେ ଶନିବାର ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ କରିଛନ୍ତି । ପ୍ରକୃତି ବନ୍ଧୁ ବଡ ଶତପଥୀ ଓ ପ୍ରକୃତି ବନ୍ଧୁ ବିଭୂତି ମୁଣ୍ଡ ଏକ ଅଶ୍ୱତଥ ବୃକ୍ଷ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ଏହାପରେ ବୃକ୍ଷ ଦେବତାଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା । ଏଥିରେ ସହଯୋଗ କରିଥିଲେ ଫରେଷ୍ଟର ରମେଶ କୁମାର ପଧାନ, ଫରେଷ୍ଟର ରୋହିତ ମାଝୀ, ଫରେଷ୍ଟ ଗାର୍ଡ ଶାନ୍ତନୁ ପଧାନ ଓ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀ ମାନଙ୍କ ସହ ଜର୍ଜଗଡ଼ ଗ୍ରାମର ଏସ୍ଏଚ୍ଜି ଗ୍ରୁପର ମହିଳାମାନେ । ରାକ୍ଷୀ ବାନ୍ଧି ସାରିଲା ପରେ ସମସ୍ତେ ଏକତ୍ରିତ ହୋଇଥିଲେ ଏବଂ ଫରେଷ୍ଟର ରମେଶ ପ୍ରଧାନ, ପ୍ରକୃତି ବନ୍ଧୁ ବଡ ଶତପଥି, ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ସମସ୍ତଙ୍କୁ ବୃକ୍ଷ ରୋପଣର ଉପକାରିତା ଉପରେ ବୁଝାଇ କହିଥିଲେ । ଶେଷରେ ଫରେଷ୍ଟର ରୋହିତ ମାଝୀ ଧନ୍ୟବାଦ ଦେଇ ଥିଲେ ।