ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୨୭.୧୧.୨୦୨୫ରୁ ତା.୨୮.୧୧.୨୦୨୫ ଦୁଇ ଦିନ ଧରି ଜଗନ୍ନାଥ ସ୍ପୋର୍ଟ କମ୍ପେ୍ଲକ୍ସ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆସନ୍ତା ତା.୨୩.୧୧.୨୦୨୫ ରବିବାର ଦିନ ପୁରୁଷ ଓ ମହିଳା ବର୍ଗ, କନିଷ୍ଠ ବାଳକ ଓ ବାଳିକା ବର୍ଗ ତଥା ଉପ କନିଷ୍ଠ ବାଳକ, ବାଳିକାମାନଙ୍କର ଖେଳାଳି ଚୟନ କରାଯିବ । ଜିଲ୍ଲାର ଖେଳାଳିମାନଙ୍କୁ ଜଣାଇ ଦିଆଯାଉଅଛି କି ସେମାନେ ନିଜର ଆଧାର କାର୍ଡ ସହ ଦିବା ଘ.୯ଟା ସମୟରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ । ବିଶେଷ ଯୋଗାଯୋଗ ପାଇଁ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଖୋ-ଖୋ ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଜିଲ୍ଲା ଖୋ-ଖୋ ପ୍ରଶିକ୍ଷକ ପଦ୍ମଚରଣ ଦାସଙ୍କ ସହ ଯୋଗାଯୋଗ କରିପାରିବେ । ଅଧିକ ସୂଚନା ପାଇଁ ମୋ.୯୪୩୭୧୫୦୭୪୪ରେ ଯୋଗାଯୋଗ କରିପାରିବେ ।