ନବୀନଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ରଜନୀ ପାଢ଼ୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତପୂର୍ଣ୍ଣ ହିଞ୍ଜିଳି ବିଧାନସଭା ଆସନ ଅଳଙ୍କୃତ କରିବା ପାଇଁ କିଏ ବା’ କାହିଁକି ବ୍ୟାଗ୍ର ନୁହଁ କି । ଏହି ଆସନରୁ ଲଢ଼ିବା ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରଜନୀ କାନ୍ତ ପାଢ଼ୀ ଗୁରୁବାର ଶହସ୍ରାଧିକ ଲୋକଙ୍କ ମେଳରେ ନେତା ଓ କର୍ମୀଙ୍କ ସମର୍ଥନରେ ବିଶାଳ ପଟୁଆରେ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଦପ୍ତରାଞ୍ଚଳରେ ଗଲା କିଛି ଦିନ ହେଲା ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯେତିକି ଗହଳ ଚହଳରେ ପଡ଼ି ଉଠୁଛି, ସେତିକି ଚର୍ଚ୍ଚାର ମହଲରେ ଭରି ଦେଉଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରେ ଗୁରୁବାର ହିଞ୍ଜିଳି ଆସନ ନିମନ୍ତେ ରଜନୀ କାନ୍ତ ପାଢ଼ୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପ୍ରାର୍ଥୀପତ୍ର ଦାଖଲ କଥା ଶୁଣି ଜନସାଧାରଣଙ୍କ ମଧ୍ୟର ଏକ ନୂଆରୂପର ନାଟକୀୟ ମୋଡ଼ ଚର୍ଚ୍ଚାକୁ ଆଣିଥିବାର ଦେଖାଦେଇଛି । ଯାହାକି ଆମ ଜନମାନସରେ ରଜନୀ କାନ୍ତ ପାଢ଼ୀ ଏକ ଚର୍ଚ୍ଚିତ ଅଧ୍ୟାୟକୁ ଆସିଥିବା ଜଣାଯାଇଛି । ରଜନୀ କାନ୍ତ ପାଢ଼ୀ ନିଜେ ଜଣେ ସମାଜସେବୀ ଭାବେ ନିଜ ଗାଁ ମାଟି, ଧରିତ୍ରୀ ସେବାରେ ଆସି ଆଜି ନିର୍ବାଚନୀ ମଇଦାନରେ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି । ବିପୁଳ ଜନସମର୍ଥନ ମିଳିଥିବା ନେଇ ଶ୍ରୀ ପାଢ଼ୀ ବ୍ୟାଗ୍ରତାର ସହ ନିର୍ବାଚନ ରଣାଙ୍ଗନରେ ଠିଆ ହେବାକୁ ସକ୍ଷମ ହୋଇଛନ୍ତି । ସେ ପୁଣି ଆଉ କାହା ସାଙ୍ଗେ ନୁହେଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ’ ଏହି ଆସନରେ ଆଜକୁ ୫ଥର ହେଲା ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରି ଆସିଥିବା ବେଳେ ସେ ଏଠାରୁ ବିଧାୟକ ଭାବେ ବିଜୟୀ ହେବା ସାଂଗକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଆସିଛନ୍ତି । ହେଲେ ଷଷ୍ଠ ଥର ପାଇଁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଆସନରେ ଅବସ୍ଥାପିତ ହେବା ପାଇଁ ଅହରହ ସଂଗ୍ରାମ ଓ ଉଦ୍ୟମ ଅବ୍ୟାହତ ରଖିଛନ୍ତି, ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଯେ’ କେହି ବି ପ୍ରତିଦ୍ୱନ୍ଦିତା କରିବାକୁ ପଛାଇ ନାହାଁନ୍ତି । ବାସ୍ତବିକ ଗଞ୍ଜାମ ଜିଲ୍ଲାର ସବୁଠାରୁ ଅଧିକ ରୋଚକପୂର୍ଣ୍ଣ ହୋଇଥିବା ହିଞ୍ଜିଳି ବିଧାନସଭା ଆସନ କ୍ଷେତ୍ରର ନାଟକୀୟ ମୋଡ଼ ଆଗକୁ କିପରି ପ୍ରଦର୍ଶନ ହେବ ତାହା ଜନସାଧାରଣ ସମୟକୁ ଅପେକ୍ଷା କରି ବସିଛନ୍ତି ।

Leave A Reply

Your email address will not be published.