ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବାଟୀ ପୂଜା ମଣ୍ଡପଠାରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ହେବାକୁ ଥିବା ରାମଲୀଳା ନାଟ୍ୟ ଧାରା ପାଇଁ ଆଜି ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୃସିଂହ କଳା ପରିଷଦ ବରପଦରର ମୁଖ୍ୟ ନିର୍ମଳ ମେହେର ଯିଏକି ବିଭିନ୍ନ ଯାତ୍ରାରେ ଚମତ୍କାର ଅଭିନୟ ପ୍ରଦର୍ଶନ କରିଥାନ୍ତି ତାଙ୍କୁ ପ୍ରତାପ କେଶରୀ ସିଂ ବରିହା ଓ ଦୁର୍ଗାପୂଜା କମିଟିର ସଭାପତି ପ୍ରତାପ ମିଶ୍ର ଶ୍ରୀଫଳ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ବରଣ କରିଥଲେ । ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଦସ୍ୟ ସନ୍ତୋଷ ମହାନ୍ତି, ଶେଷଦେବ ମେହେର, ବିଜୟ ବହିଦାର, ସୌମ୍ୟଜିତ ପାଢ଼ୀ, ନବ କିଶୋର ବରିହା, ଅଚୁତ୍ୟା ନନ୍ଦ ସେଠ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରମୋଦ ନାଥ ଓ ସଞ୍ଜୀବ ବହିଦାର ଉପସ୍ଥିତ ଥିଲେ । ରାମଲୀଳା ଓ ରାବଣ ଦରବାର କାର୍ଯ୍ୟକ୍ରମ ଚଳିତ ବର୍ଷ ଦୁର୍ଗାପୂଜାରେ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀ ଦିନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.