om academy

ଅମୃତ ମହୋତ୍ସବ ସମ୍ପର୍କିତ କୁଇଜ୍‍ ପ୍ରତିଯୋଗିତା ଅନୁଷ୍ଠିତ

jsm

ଚୌଦ୍ୱାର : ଜ୍ଞାନ ବିଜ୍ଞାନ, ଦର୍ଶନ ଓ ସାହିତ୍ୟାନୁଷ୍ଠାନ କାୟାକଳ୍ପ ତରଫରୁ ସ୍ଥାନୀୟ ସରକାରୀ ମ୍ୟୁନିସିପାଲ ହାଇସ୍କୁଲରେ ଅମୃତ ମହୋତ୍ସବ ସମ୍ପର୍କିତ କୁଇଜ୍‍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କ୍ଷଣପ୍ରଭା ସେଣ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ । କାୟାକଳ୍ପର ଉପଦେଷ୍ଟା ଅବସରପ୍ରାପ୍ତ ବରିଷ୍ଠ ପୋଲିସ୍‍ ଅଧିକାରୀ ରାଜ କିଶୋର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ଭଲ ପାଠ ପଢ଼ି ବଡ଼ ମଣିଷ ହୋଇ ଦେଶସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ତ୍ରିଲୋଚନ ଦାଶ ଓ ଗୁରୁଜନ ଖୁଣ୍ଟିଆ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ସୁଜାତା ମହାପାତ୍ର, ସୁମିତ୍ରା ସାହୁ, ମିନୁଶ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଂଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.