କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଗ୍ରାମ୍ୟ ରାସ୍ତା ନିର୍ମାଣ ଡିଭିଜନର ପି.ଡବ୍ଲୁ.ଡି. ରୋଡରୁ ଲେବେଡା ଗ୍ରାମକୁ ନିର୍ମାଣଧିନ ପ୍ରଧାନମନ୍ତ୍ରୀ ସଡକରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ଲେବେଡା ଗ୍ରାମର ଜନସାଧାରଣଙ୍କ ଅଭିଯୋଗ ମତେ ପି.ଡବ୍ଲୁ.ଡି. ରୋଡରୁ ୮ କି.ମି. ରାସ୍ତା ନିର୍ମାଣ ଚାଲିଛି । ଏହି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ପ୍ରୋଜେକ୍ଟ ରହିଛି । ରାସ୍ତା ନିର୍ମାଣକାରୀ ସଂସ୍ଥା ମାଟି କାମରୁ ରାସ୍ତାର ପିଚୁ ଥିକନେସ୍ରେ ବାଟ ମାରଣା କରୁଥିବା ଅଭିଯୋଗ ହେଉଛି । ନିମ୍ନମାନର କାମ କରାଯାଉ ଥିବାରୁ ସାମାନ୍ୟ ଗାଡିଟିଏ ଗଲେ ମଧ୍ୟ ପିଚୁ ଉପୁଡି ପଡୁଛି । ଏପରିକି ରାସ୍ତା ନିର୍ମାଣ ଚାଲିଥିବା ବେଳେ ନାମ ଫଳକ ଲଗାଯାଇ ନଥିବା ବେଳେ ପୂର୍ବରୁ ହୋଇଥିବା ରାସ୍ତା କାମର ନାମ ଫଳକ ଲାଗିଥିବାରୁ ସଂପୃକ୍ତ ଠିକାଦାର ହରଡ ଘଣାରେ ରହିଥିବା ଆଲୋଚନା ହେଉଛି । ଏହି ରାସ୍ତାକାମର ସଂପୃକ୍ତ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା ବାବୁଙ୍କ ଫୋନ ନଂ. ୭୦୦୮୦୨୨୧୩୬ ଯୋଗାଯୋଗ କରିବାରୁ ସେ ଅଭିଯୋଗ ଉପରେ ଅନୁସନ୍ଧାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି କାର୍ଯ୍ୟ ଉପରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଶାସନିକ ଅଧିକାରୀ ଏବଂ ଠିକାଦାରଙ୍କ ଦୁର୍ନିତି କାମ ହେଉଥିବାରୁ ବିଧାୟକ କଣ୍ଟାବାଞ୍ଜି ଏହାର ହସ୍ତକ୍ଷେପ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।
Prev Post