ତାଳଜୁରୀ ଗ୍ରାମଠାରେ ଅଷ୍ଟାଦଶ ବର୍ଷ ପୁଷ୍‌ପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଳଜୁରୀ ଗ୍ରାମଠାରେ ଅଷ୍ଟାଦଶ ବର୍ଷ ପୁଷପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ସ୍ଥାନୀୟ ବିଧାୟକ ମୁକେଶ ମହାଳିଙ୍ଗଙ୍କ ସ୍ୱଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଅଧିବେଶନରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ବାରିହା, ସ୍ଥାନୀୟ ସରପଞ୍ଚ ହିମାଚଳ ମେହେର, ସମିତି ସଭ୍ୟ ମିଶ୍ର ବରିହାଙ୍କ ସମେତ ବହୁତ କୋଶଲୀ କବି ଯୋଗ ଦେଇଥିଲେ । କବି ରାଜୀଵ ପ୍ରସାଦ ଭୋଇଙ୍କ ୧୧ତମ ପୁସ୍ତକ କୋଶଲୀ ରାନୀ ଉନ୍ମୋଚିତ ହୋଇଥିଲା । ପୁଷପୁନି ଭେଟ୍‌ଘାଟ୍‌ରେ କଂସ ଦରବାର ସହିତ ଅନେକ ଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ପରମ୍ପରାକୁ ଆଖି ଆଗରେ ରଖି ହଲିଆ ଗୀତ, ହୁଳହୁଳି ପରି ଚବିଶ ଗୋଟି ପ୍ରତିଯୋଗିତା କରାଯାଇ ସମାଜର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଗ୍ରାମ କମିଟିର ସଦସ୍ୟ ଓ ଗ୍ରାମର ସମସ୍ତେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଆକାଶ ମିଶ୍ର ଓ ଟଙ୍କଧର ଗଡତ୍ୟାଙ୍କ ମାର୍ଗଦର୍ଶନରେ ଦିଲୀପ ମିଶ୍ରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.