ମହିମୁଣ୍ଡା ରାମଲୀଳା ମହୋତ୍ସବର ପୂର୍ଣ୍ଣାହୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଜଗନ୍ନାଥ ନାଟ୍ୟ କଳା ପରିଷଦର ରାମଲୀଳା ମହୋତ୍ସବର ପୂର୍ଣ୍ଣାହୁତି ହେବା ସଙ୍ଗେ ସଙ୍ଗେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଶୁଭ ଅଭିଷେକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅଭିଷେକ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତେ ଆବାଳ ବୃଦ୍ଧ ବନିତା ଦର୍ଶନ କରିବା ସହିତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ରୁଣ୍ଡ ହୋଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ସମସ୍ତଙ୍କ ପାଇଁ ମିଠାଅନ୍ନ ଓ ତରକାରୀ ବହୁତ ପରିମାଣରେ ବଣ୍ଟା ଯାଇଥିଲା । ପ୍ରତ୍ୟେକ ବର୍ଷ ଅଭିଷେକ ଦିନ ଏହିପରି କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ବିଭିନ୍ନ ଭୂମିକାରେ ଝସକେତନ ବିଶ୍ୱାଳ, ମହେଶ ବିଶ୍ୱାଳ, ଅନୀଳ ଭୋଇ, ସନ୍ତୋଷ ସାହୁ, ଜଗନ୍ନାଥ ବିଶ୍ୱାଳ, ବୁଧୁ ସାହୁ, ଦିଲୀପ ଭୋଇ, ମିଥୁନ, ସୁରଜ୍, ଖୁସିରାମ, ବୀର କିଶୋର, ଦିନେଶ, ପ୍ରମୁଖ କଳାକାର ଅଭିନୟ କରିଥିଲେ । ମୁଖ୍ୟ ସେବକ ଭାବରେ ପ୍ରଦୀପ ବିଶ୍ୱାଳ‌ ଏବଂ ପଦ୍ମକାନ୍ତୀ ବିଶ୍ୱାଳ ନିୟୋଜିତ ହୋଇଥିଲେ । ପ୍ରତିଦିନ ସମସ୍ତ ବ୍ରତୀ ଗୋଟିଏ ଜାଗାରେ ପ୍ରସାଦ ପାଉଥିଲେ ଏବଂ ପ୍ରସାଦ ପ୍ରସ୍ତୁତିରେ, ଅଗଷ୍ଟ ଧରୁଆପିଚୋ, ସତ୍ୟବାଦୀ ବିଶ୍ୱାଳ, ପୀତାମ୍ବର ଦେହେରୀ, ରଘୁମଣି ବିଶ୍ୱାଳ ପ୍ରମୁଖ ସହଯୋଗୀ ଥିଲେ । ଦ୍ୱେତ ରଙ୍ଗମଞ୍ଚରେ ଅମର ପ୍ରଧାନ, ଦିଲୀପ ବିଶ୍ୱାଳ, ଆଲୋକ, ବୁଲୁ, ମନୋଜ, ପୃଥ୍ୱୀରାଜ, ଭୁତୁଲୁ ଆଦି ସହଯୋଗୀ ଥିଲେ । ପୂଜାକାର୍ଯ୍ୟ ଶିବ ପଣ୍ଡା ତୁଲାଉଥିଲେ । ସଂଗୀତ ଗୁରୁ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଗୁରୁ ଗିରିଧାରୀ ଥନାପତି, ଚନ୍ଦ୍ରମଣି ସାହୁ, ଜିତେନ୍ଦ୍ର ଭୋଇ ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଅନାଦି ସାହୁ, ପ୍ରସନ୍ନ ସାହୁ, ଡାକ୍ତର ବ୍ରଜବନ୍ଧୁ ରଥ, ତୀର୍ଥବାସୀ ବିଶ୍ୱାଳ, ତପି ମୋହନ ସାହୁ, ଲିଙ୍ଗ ବୁଡେକ ପ୍ରମୁଖ ତତ୍ତ୍ୱାବଧାରକ ଥିଲେ । ଏବଂ ଗତକାଲି ତା ୧୦-୦୪-୨୦୨୬ ଦିନ ସମସ୍ତ ବ୍ରତୀମାନେ ବିଭିନ୍ନ ତୀର୍ଥ ସ୍ଥାନରେ ଯଥା-ହରିଶଙ୍କର ଏବଂ ଛତିଶଗଡ଼ର ଚନ୍ଦ୍ରହାସିନୀ ଠାରେ ବ୍ରତର କଙ୍କଣ ସୂତ୍ର ଓ ଉପବିତ ଭସାଇ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Leave A Reply

Your email address will not be published.