ବନଦୁର୍ଗା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜାର ପୂର୍ଣ୍ଣ କଳସ ଶୋଭାଯାତ୍ରା

  • ପ୍ରଥମ ଦିନରେ ଶୈଳୀପୂତ୍ରୀ ବେଶରେ ମାଁଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବନଦୁର୍ଗା ମନ୍ଦିରରେ ୧୮ ତମ ବର୍ଷ ସାର୍ବଜନୀନ ନବରାତ୍ରୀ ଦୁର୍ଗାପୂଜାର ଆଜି ପୂର୍ଣ୍ଣ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତିଥିରେ ସକାଳ ୭.୩୦ ମି ସମୟରେ ବନଦୁର୍ଗା ମନ୍ଦିରରୁ ଘଣ୍ଟ ଶଙ୍ଖ ଧ୍ୱନି ସହ ଦୁଲଦୁଲି ବାଜାରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଡ଼ବନ୍ଦ ତୁଠକୁ ପହଞ୍ଚିଥିଲେ । ସେଠାରେ ପଣ୍ଡିତ ପୂଜାର୍ଚ୍ଚନା ସହ ଗଙ୍ଗାବରଣ କରି କଳସରେ ପାଣି ଧରି ପୁଣି ଏକ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ ପୂର୍ଣ୍ଣ କଳସ ସ୍ଥାପନ କରାଯାଇଥିଲା । ପୂର୍ବ ନିର୍ଧାରଣ ବିଧି ପୂର୍ବକ ୨୦୨ ଅଖଣ୍ଡ ଦୀପ ପ୍ରଜ୍ମଳନ କରାଯାଇଥିଲା । ପ୍ରଥମ ଦିନରେ ମାଁ ଦୁର୍ଗାଙ୍କୁ ଶୈଳୀପୁତ୍ରୀ ବେଶରେ ମାଁଙ୍କ ଶୋଡ଼ଷ ଉପଚାରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପୂଜାକର୍ତ୍ତା ଭାବରେ ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ରହିଥିବା ବେଳେ ପଣ୍ଡିତ ରଘୁନାଥ ତ୍ରିପାଠୀ, ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା କରିଥିବା ବେଳେ ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା ରହି ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଉଛନ୍ତି । ଆଜି ଠାରୁ ନବ ଦିନ ପର୍ଯ୍ୟନ୍ତ ସକାଳ ଆଳତି ଓ ସନ୍ଧ୍ୟା ୭.୩୦ ଘଣ୍ଟା ସମୟରେ ମାଁଙ୍କ ଠାରେ ମଙ୍ଗଳ ଆଳତୀ ସହ ମାଁଙ୍କ ଠାରେ ଅନ୍ନ ଭୋଗ ଅର୍ପଣ କରାଯିବ । ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ପାଇଁ ୬୦ ଟଙ୍କା କମିଟି ପକ୍ଷରୁ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଯୋଗଦେବାକୁ ପୂଜା ପରିଚାଳନା କମିଟି ସଭାପତି ଡଃ. ପ୍ରଭାତ ନାରାୟଣ ତ୍ରିପାଠୀ, ସଂପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନୀଲ କୁମାର ବେହେରା ଅନୁରୋଧ କରୁଛନ୍ତି । ସୁଶାନ୍ତ ପ୍ରଧାନ, ଗଜାନନ ଅଗ୍ରୱାଲ, ଗଜାନନ ଶର୍ମା, ବିଷ୍ଣୁ ଥପା, ସୁରୁ ଭୋଇ, ବୁଧୁ ସାହୁ, ପ୍ରତାପ ମିଶ୍ର, ଅଜିତ ଶତପଥୀ, ବେଣୁ ମାଧବ ଦୋରା, ନରସିଂହ ପଟ୍ଟନାୟକ, ଭରତ ପଣ୍ଡା, ମହିପାଲ ସାହୁ, ସୁଧାଂଶୁ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!