ବଡ଼ଭାଲୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ଓ ଶିକ୍ଷକ ଦୁଷ୍ମନ୍ତ ପଧାନଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଡୁଙ୍ଗୁରିପାଲି/ଏସ୍‌. ରାମପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କର କନ୍‌ଫେରେନ୍ସ ହଲ୍‌ ଠାରେ ବନ୍ୟଜନ୍ତୁ ସପ୍ତାହ ପାଳିତ ହୋଇଯାଇଛି । ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ପଂଚାୟତ ଉଚ୍ଚ ବିଦ୍ୟାଳୟ ବାଙ୍କୀପାଲିର ବିଜ୍ଞାନ ଶିକ୍ଷକ ଦୁଷ୍ମନ୍ତ ପଧାନଙ୍କର ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଛି । ସେ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ମାନପତ୍ର ଓ ୧୦ ହଜାର ଟଙ୍କାର ଚେକ୍‌ ଗ୍ରହଣ କରିଥିଲେ । ସେହିପରି ପରିବେଶ ସୁରକ୍ଷା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡୁଙ୍ଗୁରିପାଲି ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ଭାଲୁପାଲିକୁ ପ୍ରକୃତିମିତ୍ର ପୁରସ୍କାର ଦିଆଯାଇଥିଲା । ପ୍ରଧାନ ଶିକ୍ଷକ ସୁନୀଲ କୁମାର ସେଠ୍‌ଙ୍କୁ ବନଖଣ୍ଡ ଅଧିକାରୀ ସୁବର୍ଣ୍ଣପୁର ହେମଚନ୍ଦ୍ର ବେହେରା ୨୦ ହଜାର ଟଙ୍କାର ଚେକ୍‌ ଓ ମାନପତ୍ର ପ୍ରଦାନ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ପରିବେଶ ପ୍ରେମୀ ଓ ଗ୍ରାମବାସୀ ପୁରସ୍କାର ଲାଭ କରିଥିବା ଅନୁଷ୍ଠାନ ବଡ଼ଭାଲୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଶିକ୍ଷକ ଦୁଷ୍ମନ୍ତ ପଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.