ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କାର୍ଟୁନିଷ୍ଟ ଅବନୀ କୁମାର ରଥ ‘ଡିପ୍ଲୋମା ଡି ଏକ୍‌ସିଲେଣ୍ଟା’ ପୁରସ୍କାର ପାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କାର୍ଟୁନିଷ୍ଟ ଅବନୀ କୁମାର ରଥ ‘ଡିପ୍ଲୋମା ଡି ଏକ୍‌ସିଲେଣ୍ଟା’ ପୁରସ୍କାର ପାଇଛନ୍ତି ।

‘ଫେଷ୍ଟିଭେଲୁଲ୍‌ ଇନ୍‌ଟର୍‌ନେସ୍‌ନାଲ୍‌ ଡି ଗ୍ରାଫିକା ସାଟିରିକା ସି ଲିଟେରେଚର୍‌ ସାଟିରିକା’ ପକ୍ଷରୁ ୧୦୯୧ରୁ ୨୦୨୦ (୩୦ ବର୍ଷ) ମଧ୍ୟରେ ବିଶ୍ୱ କାର୍ଟୁନ୍‌ ଜଗତରେ ବିଶେଷ ସୁନାମ ଅର୍ଜନ କରିଥିବା ଶ୍ରୀ ରଥଙ୍କୁ ଏହି ଗୌରବମୟ ଆନ୍ତର୍ଜାତୀୟ ପୁରସ୍କାର ମିଳିଛି । ଶ୍ରୀ ରଥଙ୍କୁ ଏହି ଆନ୍ତର୍ଜାତୀୟ ପୁରସ୍କାର ମିଳିଥିବାରୁ ତାଙ୍କ ଶୁଭେଚ୍ଛୁ ଜଗତରେ ବେଶ୍‌ ଖୁସିର ଲହରି ଖେଳି ଯାଇଛି ।

Leave A Reply

Your email address will not be published.