ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସଦାଇପାଲିରୁ ସମ୍ବଲପୁର ରୋଡ୍‌କୁ ଲାଗିଥିବା ବାଏପାସ୍‌ ରାସ୍ତାରେ ଜଣେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟିଲାରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଆହତ ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ସହର ନିକଟସ୍ଥ ସିନ୍ଦୁରବାହାଲ ନିବାସୀ ସଚିଦାନନ୍ଦ ଡାଙ୍ଗଙ୍କ ପୁଅ ଟୁକୁ ଡାଙ୍ଗ(୨୧) ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ ଅନୁସାରେ ଟୁକୁ ଆଜି ପୂର୍ବାହ୍ନ ୧୦ଟାରେ ଘରୁ ବାହାରିଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ମଧ୍ୟ ହୋଇଛି । ତେବେ ଟୁକୁଙ୍କୁ କୌଣସି ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିବା କୁହାଯାଉଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରୁ ବୁର୍ଲା ରେଫର୍‌ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.