oom

ପାତଳପଡ଼ା ଗ୍ରାମରେ କୁରାଳ ପୂଜା ମହାସମାରୋହରେ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଳପଡ଼ା ଗ୍ରାମରେ ୪୧ତମ ମହାକୁମ୍ଭକାର କୁରାଳ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଦିବସରେ କୁରାଳ ପୁରାଣ ପଠନ, ମୁରିବାହାଲର ସୀତା ଚୋରି ନାଟକ ମଞ୍ଚସ୍ଥ ହେବା ସହ ପାରାୟଣ ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତା ରୂପେ ସମ୍ପଦ ରଣା ଓ ତାଙ୍କ ଧର୍ମପତ୍ନୀ ଜମ୍ବୁବତୀ ରଣା, ପୂଜକ ରୂପେ ବ୍ରଜକିଶୋର ଦାସଙ୍କ ସହ ଆୟୋଜକ କମିଟି ସଭାପତି ଅଲେଖରାମ ରଣା, ସମ୍ପାଦକ ଜନମ ରଣା, ଦାଶରଥି ରଣା, ଜିତେନ୍ଦ୍ରୀୟ ରଣା, ଅରୁଣ ରଣା, ଲୋକନାଥ ରଣା, ଭାଗବତ ରଣା, ଶନିଚର ରଣା, ଜୟରାମ ରଣା, ଅଶ୍ୱିନୀ ରଣା, ବର୍ଷା ରଣା, ଚଞ୍ଚଳା ରଣା, ପତରଙ୍ଗି ରଣା, ଦୁର୍ଯ୍ୟୋଧନ ରଣା, ଅମିତ ରଣା ଓ ଅନନ୍ତ ରଣାଙ୍କ ସହ ସମସ୍ତ ପାତଳପଡ଼ା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.