ବରକାନୀ ଗାଁରେ ମହାଲକ୍ଷ୍ମୀ ପୂଜା ସମ୍ପନ୍ନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତର ବରକାନୀ ଗ୍ରାମରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡୁମେରମୁଣ୍ଡା ଡାମକ ଏକ ପୋଖରୀରୁ ଗତ ମଙ୍ଗଲବାର ସନ୍ଧ୍ୟାରେ କଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । ଏଥିରେ କର୍ତ୍ତା ଭାବେ ମକୁନ୍ଦ ସାହୁ ଓ ସହଧର୍ମିଣୀ, ବୁଠି ପୁଟେଲ ଓ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଭାବେ ନୀଳାମ୍ବର ପାଢୀ ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ପୂଜା ସମ୍ପନ୍ନ ହୋଇଯାଇଛି । ଏଥିରେ ଭବାନୀ ବଚ୍ଛା, ସୈନ୍ୟ ବେହେରା, ତପନ ସାହୁ, ସୁଦର ପୁଟେଲ, ପରେଶ ସାହୁ, ଲିଙ୍ଗ ସାହୁ, ସୁରେଶ ଖେର୍ସଲ, ସୁରେଶ ପୁଟେଲ, ଶେଷଦେବ ନାଗ, ଡିଙ୍ଗର ଖର୍ସେଲ, ପ୍ରକାଶ ପୁଟେଲ, ଶଙ୍କର ମାଝୀ, ବାବୁଲାଲ ତାଣ୍ଡି, ଡୁବିରାମ ପୁଟେଲ, ଦୀନବନ୍ଧୁ ପୁଟେଲ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.