ନାବାଳିକାକୁ ବଳାତ୍କାର କରି ପୁଇଁନ୍ତଲା ପୋଲିସ ହାତରେ ବନ୍ଧା ହେଲା ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାକୁ ବଳାତ୍କାର କରି ଆଜି ପୁଇଁନ୍ତଲା ପୋଲିସ ହାତରେ ଜଣେ ଯୁବକ ବନ୍ଧା ହୋଇଥିବା ନେଇ ବୋଲି ଖବର ମିଳିଛି । ସୂଚନା ଅନୁସାରେ, ପୁଇଁନ୍ତଲା ଥାନା କୁରେଭନା ଗ୍ରାମର ରାଜା ଭେଶ୍ରା(୨୩) ନାମକ ଜଣେ ଯୁବକ ସେହି ଗାଁ ଜଣେ ୧୪ବର୍ଷର ନାବାଳିକା ଝିଅକୁୁ ନିଜ ପ୍ରେମ ଜାଲରେ ଫଶାଇ ଶାରୀରିକ ସଂପର୍କ ରଖିଥିବା ବେଳେ ଗତ କିଛି ଦିନ ତଳେ ନାବାଳିକା ରୀତାକୁ ତାର ବିନା ସହମତିରେ ବଳାତ୍କାର କରିଥିଲା । ଦୀର୍ଘ ୩ ଦିନ ଧରି ରାଜା ଜଣେ ନାବାଳିକା ସହ ଶାରୀରିକ ସଂପର୍କ ରଖିବା ସହ ଏହି କଥା ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ବି ଦେଇଥିଲା । ଅନ୍ୟପଟେ ନାବାଳିକା ରୀତାର ବାପା ପୁଇଁନ୍ତଲା ଥାନାରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ନାବାଳିକାର ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଇଁନ୍ତଲା ପୋଲିସ କୁରେଭନା ଗାଁର ରାଜା ଭେଶ୍ରାକୁ ଆଜି ଗିରଫ କରିଥିବା ନେଇ ଆଇଆଇସି ଅନିତା ପ୍ରଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.