oom

ରାଜ ବୋଡ଼ାସମ୍ବର ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର, ୨୦୨୧ରେ ପାଳିତ ହେବାକୁ ଥିବା ରାଜ ବୋଡ଼ାସମ୍ବର ହାଇସ୍କୁଲ, ପଦ୍ମପୁରର ପ୍ଲାଟିନମ୍ ଜୁବିଲି ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ସଭାପତି ମନୋରଂଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟୟ ଅଟକଳ, ଅର୍ଥ ସଂଗ୍ରହ ସଂପର୍କରେ ବିଶଦ୍ ଆଲୋଚନା କରାଯାଇ ଅର୍ଥ ସଂଗ୍ରହ ନିମିତ୍ତ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ପ୍ରତି ବେଚର ୨ରୁ ୩ ଜଣ ପୁରାତନ ଛାତ୍ରଙ୍କୁ ଦାୟିତ୍ୱ ଦିଆଯାଇ ଏହି ଦିଗରେ ଫଳପ୍ରଦ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ମୁଖ୍ୟ ସମାରୋହକୁ ଭବ୍ୟ ଓ ମନୋଜ୍ଞ କରିବାକୁ ଆଲୋଚନାରେ ଶ୍ରୀ ବରିହାଙ୍କ ସମେତ ଅନ୍ୟତମ ଉପସଭାପତି ଶ୍ରୀ ଜୟନାରାୟଣ ତ୍ରିପାଠୀ, ସଂପାଦକ ଡ. ବିର ସାହୁ, ସହ ସଂପାଦକ ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ମୁଖ୍ୟ ସଂଯୋଜକ ଡ. ମାନଭଞ୍ଜନ ପ୍ରଧାନ,ସର୍ବଶ୍ରୀ ଲକ୍ଷ୍ମୀ ନାରାୟଣ ଷଡ଼ଙ୍ଗୀ, ବିଶୁକେଶନ ଦୋରା, ଚନ୍ଦ୍ରଭାନୁ ପ୍ରଧାନ, ଡ. ଲଳିତେନ୍ଦୁ ନାୟକ, ଅଧ୍ୟାପକ କୃଷ୍ଣମୋହନ ପଣ୍ଡା, ତୀର୍ଥବାସୀ ପଣ୍ଡା, ଚନ୍ଦ୍ରଶେଖର ପୁରୋହିତ, ରାଧାମାଧବ ଦୋରା, ଜିତେନ୍ଦ୍ରନାଥ ଗୁରୁ, ବାସୁଦେବ ଦୋରା, ଡ. ଅଶୋକ କୁମାର ଦାଶ, ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ଶ୍ୟାମ ସୁନ୍ଦର ସାହୁ, ରାଜେନ୍ଦ୍ର କୁମାର ମହାନ୍ତି, ମୀନ କେତନ ସାହୁ, ରାମକୃଷ୍ଣ ଦାଶ, ଧନମାଳି ସାହୁ, ହଳଧର ସାହୁ, ଦେବାଶିଷ ରାଉତ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜ ମତ ବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.