
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରେସ୍ମିଟ୍ରେ ବଲାଙ୍ଗିର ଏସ୍ପି ଅଭିଳାଷ ଜି । ସ୍ଥାନୀୟ ରିଜର୍ଭ ଅଫିସ ଠାରେ ଅନୁଷ୍ଠିତ ପ୍ରେସ୍ମିଟ୍ରେ ବଲାଙ୍ଗିର ଏସ୍ପି ଅଭିଳାଷ ଜି ଯୋଗଦେଇ ବଡ଼ ଖୁଲାସା କରିଛନ୍ତି । ଏସ୍ପି ଅଭିଳାଷ ଜିଙ୍କ ସୂଚନା ଅନସୁାରେ ଗତ ୧୫ ତାରିଖ ସକାଳୁ ସକାଳୁ ବଲାଙ୍ଗିର ପୋଲିସ ତରଫରୁ ଏକ ସ୍ପେଶାଲ ନକ୍ସଲ ଅଫରେସ୍ନ ଲଂଚ କରାଯାଇ ମାଓ କୁମ୍ବିଂ ଅପରେସନ କରାଯାଇଥିଲା । ଆଉ ଏହି କୁମ୍ବିଂ ଅପରେସନ ଖୁରିପାଣି ଜଙ୍ଗଲରେ ବଲାଙ୍ଗିର ପୋଲିସକୁ ମିଳିଥିଲା ଗଦା ଗଦା ମାଓ ସାମାଗ୍ରୀ । ଯେଉଁଥିରେ ମାଓବାଦୀ ମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ କିଛି ବିସ୍ଫୋରକ ଓ ମେଗାଜିନ୍ ଗୁଡ଼ାକ ରହିଛି । ଯାହା ବଲାଙ୍ଗିର ଏସ୍ପି ସ୍ପଷ୍ଟ କରିଛନ୍ତି ।