ଜାତୀୟ ପ୍ରେସ ଦିବସ ପାଳିତ

କଂଟାବାଂଜ, (ଅର୍ଜୁନ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଜାତୀୟ ପ୍ରେସ ଦିବସ ମଂଗଲବାର ଦିନ ସ୍ଥାନୀୟ ଡାକ ବଂଗଳାରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ସାମ୍ବାଦିକମାନଙ୍କ ସାମ୍ବାଦିକତାର ଭୂମିକା ଉପରେ ଆଲୋଚନା କରାଯାଇଛି । ବର୍ତମାନ ସମୟରେ ପ୍ରିଂଟ ମିଡିଆ ଏବଂ ବୈଦେତିକ ଗଣମାଧ୍ୟମ ସହିତ ସୋସିଆଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ସମାଜ ଉପରେ ପଡୁଥିବା ପ୍ରଭାବ ସମାଜ ପାଇଁ ମଂଗଳ ଦାୟକ ନା କ୍ଷତି କାରକ ସେ ଉପରେ ନିଜ ନିଜ ମତାମତ ରଖିଛନ୍ତି । ଏହି ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସଂପାଦକ ଗୁରୁଦୟାଲ ହଂସ, କୋଷାଧ୍ୟକ୍ଷ ମୋହନ ସୋନି, ସଭ୍ୟ କୃତିକର ବାଗ, ସେଖ ସମିମ, ପ୍ରମୋଦ ବେହେରା, ବିନୋଦ ସିଂ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.