jayashree

ଗଞ୍ଜାମ ଜିଲ୍ଲାରେ ଆମ୍ ଆଦମୀ ପାର୍ଟି ସଂଗଠନ ଦୃଢ଼ କରିବା ନିମନ୍ତେ ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାରେ ସଂଗଠନ ଦୃଢ଼ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛି ।ଏନେଇ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଲିସା-ଗ୍ୟାଲେକ୍ସିଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଏକ ଭବ୍ୟ ସାମାରୋହର ଆୟୋଜନ ହୋଇଥିଲା । ଜିଲ୍ଲା ଆବାହକ ସୁବାଷ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଗଣମାନ୍ୟ ଅତିଥି ଦଳୀୟ ନେତ୍ତୃବର୍ଗ ଯୋଗ ଦେଇଥିଲେ । ଜିଲ୍ଲା ଉପସଭାପତି ସୁଧୀର କୁମାର ପ୍ରଧାନ, ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ବ୍ରହ୍ମପୁର ନଗର ସଭାପତି ସି.ହରପ୍ରସାଦ, ଜିଲ୍ଲା ମହିଳା ସଭାନେତ୍ରୀ ସୁଶ୍ରୀ ନିଭାସ୍ମିତା ପ୍ରଧାନ, ଜିଲ୍ଲା ଆଇନ ପରାମର୍ଶଦାତା କୈଳାଶ ସେଠୀ, ଜିଲ୍ଲା ମହିଳା ଯୁବ ସଭାପତି ସୁଶ୍ରୀ ସି. ପ୍ରିୟଙ୍କା, ଛତ୍ରପୁର ବିଧାନସଭା ବରିଷ୍ଠ ସଂଗଠିକା ଶ୍ରୀମତୀ ରୀତୁ ସେଠୀ, ବ୍ରହ୍ମପୁର ବରିଷ୍ଠ ସଂଗଠକ ସୁକାନ୍ତ ପାଣିଗ୍ରାହୀ, ଛତ୍ରପୁର ବିଧାନସଭା ମୁଖ୍ୟ ସଂଗଠକ ପଦ୍ମନାଭ ମହାରଣା, ଛତ୍ରପୁର ବ୍ଲକ ସଂଗଠକ ଅଜାମ୍ବିଳ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଦିଲ୍ଲୀରେ ପ୍ରତିଷ୍ଠିତ ଆପ ନେତ୍ତୃତ୍ୱାଧୀନ ସରକାର ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସାଂଗଠନିକ ଚିନ୍ତାଧାରା, ଦେଶପ୍ରୀତି, ଦେଶପ୍ରତି ମମତା, ସମାଜରେ ବସବାସ କରୁଥିବା ଦଳିତ ନିଷ୍ପେସିତ ଜନସାଧାରଣଙ୍କ ପ୍ରତି ଦରଦ, ଲୋକଙ୍କ ହିତ ସାଧନ ନିମନ୍ତେ ଆଶୁ ପଦକ୍ଷେପ ନେଇଆସୁଛନ୍ତି । ବିଶେଷକରି ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଲୋକମାନଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବା ଭଳି ପଦକ୍ଷେପକୁ ସାରା ଭାରତବର୍ଷରେ କେଜରିୱାଲଙ୍କୁ ପ୍ରଶଂସା କରୁଛନ୍ତି । ଏହା ଯେ, ଓଡ଼ିଶାରେ ଲାଗୁ ହେଲେ ଅନେକ ଗରିବ ଲୋକଙ୍କ ହିତ ସାଧାନ ହେବ । ତେଣୁ ଓଡ଼ିଶାରେ ଆପ ସରକାର ପାଇଁ ଦୃଢ଼ ଉଦ୍ୟମ ଜାରି ରଖିଛନ୍ତି । ଏନେଇ ସଂଗଠନକୁ ଦୃଢ଼ କରିବା ନିମନ୍ତେ ସମ୍ପ୍ରତି ଆମ୍ ଆଦମୀ ପାର୍ଟିରେ ସମସ୍ତେ ସାମିଲ ହେବା ନିମନ୍ତେ ପ୍ରଚାର ପ୍ରସାର କରାଯାଉଛି ବୋଲି କୁହାଯାଇଛି ।
ନବନିଯୁକ୍ତ ଜିଲ୍ଲା ଯୁବ ସଭାପତି ଜଣେ ଅନୁଭବୀ ଯୁବ ସଂଗଠକ ଯୁବପ୍ରତିଭାବାନ ଜଣେ ଦକ୍ଷ କର୍ମୀ ପି. ନୀଳକଣ୍ଠ ରେଡ୍ଡୀଙ୍କୁ ଦଳୀୟ ନେତ୍ତୃତ୍ୱରେ ସାମିଲ କରାଯାଇ ତାଙ୍କୁ ଦଳୀୟ ଉପଢୌକନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଆବାହକ ସୁଭାଷ ଚନ୍ଦ୍ର ରାଉତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ରେଡ୍ଡୀ ସାମଜର ହିତସାଧନରେ ସହାୟକ ହେବି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।

Leave A Reply

Your email address will not be published.