oom

ରାକ୍ଷୀକୁ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାକ୍ଷୀକୁ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ ବୋଲି କୁହାଯାଏ । ଏହି ଦିନ ପ୍ରଭୁ ଶ୍ରୀ ବଲଭଦ୍ରଙ୍କ ଜନ୍ମ ଦିନ ହୋଇଥିବାରୁ ଏହି ପର୍ବକୁ ଗହ୍ନା ପର୍ବ ମଧ୍ୟ ବୋଲି କୁହାଯାଏ । ବନ୍ଧନ ହେଉଛି ସ୍ନେହ, ପ୍ରେମ ଏବଂ ପ୍ରତିଜ୍ଞାର ପର୍ବ ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି ତେବେ ଏଭଲି ସମୟରେ ସବୁଜ ବିକଳ୍ପ ପାଇଁ ବିଭନ୍ନ ପ୍ରୟାସ ଜାରି ରଖିଛନ୍ତି । ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷରକୁ ରାକ୍ଷୀ ବନ୍ଧନ କରି ବୃକ୍ଷର ଦୀର୍ଘାୟୁ କାମନା କଲେ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ପରିବେଶ ରକ୍ଷକ ତଥା ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଆଜି ଏହି ପର୍ବକୁ ବେଶ ଆନନ୍ଦ ସହକାରେ ପାଳନ କରିଛନ୍ତି ।

jittmm
Leave A Reply

Your email address will not be published.