ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା, ଛତିଶଗଡ ଓ ପଶ୍ଚିମବଙ୍ଗ ରାଜ୍ୟର ଭଲି ବଲ୍ ଖେଳାଳି ମାନଙ୍କୁ ନେଇ ସିବିଏସଇ ଦ୍ୱିତୀୟ କ୍ଳଷ୍ଟର ସ୍ତରୀୟ ଭଲି ବଲ୍ ପ୍ରତିଯୋଗିତା ତିନି ଦିନ ଧରି ଟିଟିଲାଗଡର ପ୍ରତିଷ୍ଠିତ ଓମ୍ ଭ୍ୟାଲି ସ୍କୁଲରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ ପାଢୀ, ସ୍କୁଲ ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ଏମ୍ଡି ବିଭା ରାଜ ଗୁପ୍ତା ଦ୍ଵୀପ ପ୍ରଜ୍ୱଳନ ଓ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ ତିନୋଟି ରାଜ୍ୟରୁ ୩୨ ବାଳକ ଟିମ୍ ଓ ୧୧ ବାଳିକା ଟିମ୍ ଟିମ ଅଂଶ ଗ୍ରହଣ କରିଛନ୍ତି । ତିନି ଦିନ ବ୍ୟାପି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଖେଳକୁ ପରିଚାଳନା କରିବା ପାଇଁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରର ରେଫରି ଆସିଥିବା ସ୍କୁଲ କର୍ତୃପକ୍ଷ ସୁଚନା ଦେଇଛନ୍ତି । ଏହି ପ୍ରତିଯୋଗିତାରେ ଯେଉଁ ଟିମ୍ ଭଲ ଖେଳ ପ୍ରଦର୍ଶନ କରିବେ ସେମାନେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବେ । ଏହି ଖେଳକୁ ଆୟୋଜକ କରିଛନ୍ତି ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ ।
Next Post