ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ଜିଲ୍ଲାସ୍ତରୟ ଖେଳ ପ୍ରତିଯୋଗିତା ନେହେରୁ ଯୁବକେନ୍ଦ୍ର ସହାୟତାରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଗତକାଲି ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଗୋବିନ୍ଦ ମିଶ୍ର (ସିଆଇଏସ୍‌ଏଫ୍‌), ସମ୍ମାନିତ ଅତିଥି ସୁଧିର ନାଏକ, ଅକ୍ଷୟ ଧରୁଆ, ପ୍ରମୋଦ କର୍ମୀ ପ୍ରମୁଖ ଖେଳକୁ ଉଦ୍‌ଘାଟନ କରିଥିଲେ । ଏହି ଫୁଟବଲ ଖେଳରେ ୪ଗୋଟି ଦଳ ହର୍ଡାଟାଲ, ବରକାନି, ବାରପୁଡୁଗିଆ, ପରଧିଆପାଲି ଅଂଶଗ୍ରହଣ କରିଥିଲେ । ଲମ୍ବଡିଆଁ, ଉଚ୍ଚଡିଆଁ, ଭଲିବଲ ଖେଳ, ୧୦୦ମି. ଦୌଡ, ୨୦୦ ମି. ଦୌଡ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଗ୍ରାମାଞ୍ଚଳର ଅନେକ ଖେଳାଳି ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ । ହର୍ଡାଟାଲକୁ ୧-୦ ଗୋଲରେ ହରାଇ ବାରପୁଡୁଗିଆ ଦଳ ଫାଇନାଲ୍‌କୁ ପ୍ରବେଶ କରିଥିଲା । ରେଫରି ପିଙ୍କୁ, ପ୍ରଦୀପ, ମଣ୍ଟୁ ଖେଳ ପରିଚାଳନା କରିଥିଲେ । ଅନୁଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟ ସଦାନନ୍ଦ ମହଲା, ରଂଜନ ଭୋଇ, ବିଜୟ ମହଲା, ଲବ ନାଗ, ସରୋଜ ନାଏକ, ସଂଜୟ ନାଏକ, ଦିଲିପ, ଆକାଶ, ମିଥୁନ, ରିଙ୍କୁ, ଦେବାଶିଷ, କାଲିଆ, ପିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.